Categories: ଜାତୀୟ

ଦିଲ୍ଲୀ ପୋଲିସକୁ ସଫଳତା: ମୋଷ୍ଟଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ,୨।୧୦: ଦିଲ୍ଲୀ ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ତାଲିକାରେ ମୋଷ୍ଟଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଥିବା ଶାହନଓ୍ବାଜଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ୍‌ ସେଲ୍‌ ଗିରଫ କରିଛି। ଶାହନଓ୍ବାଜଙ୍କ ଉପରେ ଏନଆଇଏ ୩ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲା। ପଚରାଉଚରା ପରେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ପୋଲିସ ତିନିରୁ ଚାରି ଜଣଙ୍କୁ ମଧ୍ୟ ଅଟକ ରଖିଛି।
ମିଳିଥିବା ସୂଚନା ଅନୁଯାୟୀ, ପୁଣେ ଆଇଏସଆଇଏସ ମାମଲାରେ ଶାହନଓ୍ବାଜ୍‌ ସାମିଲ ଥିଲେ। ବୃତ୍ତି ଅନୁଯାୟୀ ଇଞ୍ଜିନିୟର ଶାହନୱାଜ ଦିଲ୍ଲୀର ବାସିନ୍ଦା। ସେ ପୁଣେ ପୋଲିସ ହେପାଜତରୁ ଫେରାର ହୋଇ ଦିଲ୍ଲୀରେ ରହୁଥିଲେ। ବର୍ତ୍ତମାନ ସୁଦ୍ଧା ପୋଲିସ ପଚରାଉଚରା ଜାରି ରଖିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ଅଟକ ରଖିଛି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି।

Share