ନୂଆଦିଲ୍ଲୀ,୧୫ ।୧: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ୨୬ ଜାନୁୟାରୀ ପୂର୍ବରୁ କରାଯାଇଥିବା ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି । ଜାହାଙ୍ଗିରପୁରିରୁ ଗିରଫ ହୋଇଥିବା ସନ୍ଦିଗ୍ଧଙ୍କୁ ପଚରାଉଚରା ପରେ ଦିଲ୍ଲୀ ପୋଲିସ ହରକତ ଉଲ ଅଂସାର ଓ ଖଲିସ୍ତାନ ଟାଇଗର ଫୋର୍ସର ନୂଆ ସଙ୍ଗଠନର ସୂଚନା ପାଇଛି । ଏହି ସଙ୍ଗଠନ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ ପାଇଁ କାମ କରୁଥିଲା, ଯାହାର ଉଦ୍ଦ୍ୟେଶ୍ୟ ଭାରତରେ ଆକ୍ରମଣ କରିବା । ଜାହାଙ୍ଗିରପୁରିରୁ ଗିରଫ ହୋଇଥିବା ସନ୍ଦିଗ୍ଧଙ୍କୁ ପଚରା ଉଚରାପରେ ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଛି ।