Categories: ଜାତୀୟ

୫ ଟମାଟୋ ଚୋରି କରି ଫସିଲେ ମହିଳା; ଥାନାକୁ ଯାଇ ଗଣିଲେ ୭୦୦ ଟଙ୍କା ନଗଦ…

ନୂଆଦିଲ୍ଲୀ,୧୬।୭: ଟମାଟୋ ଦରବୃଦ୍ଧି ଏବେ ଖାଉଟିଙ୍କ ଲାଗି ଚିନ୍ତାର କାରଣ ପାଲଟିଥିବା ବେଳେ ଏହାର ଚୋରି ଘଟଣା ବଢ଼ିବାରେ ଲାଗିଛି। ଦିଲ୍ଲୀର ନଜଫଗଡ଼ ଅଞ୍ଚଳରୁ ଏବେ ସେଭଳି ଏକ ମାମଲା ସାମ୍ନାକୁ ଆସିଛି। ଏକ ପରିବା ଦୋକାନରୁ ୪ରୁ ୫ ଟମାଟୋ ଚୋରି କରିଥିବା ଜଣେ ମହିଳା ଥାନାରେ ଅଟକ ରହିବା ପରେ ୭୦୦ ଟଙ୍କା ଗଣିବାକୁ ବାଧ୍ୟ ହୋଇଛନ୍ତି।

ପୂରା ମାମଲାଟି ଏହିଭଳି। ନଜଫଗଡ଼ର ଏକ ହାଟରେ ଥିବା ଏକ ପରିବା ଦୋକାନରୁ ଜଣେ ମହିଳା ୪ ରୁ ୫ ଟମାଟୋ ଚୋରି କରି ନେଇଥିଲେ। ଏହାପରେ ଦୋକାନୀ ମନୋଜ ୧୦୦ ଡାଏଲ କରି ପୋଲିସକୁ ସୂଚନା ଦେଇଥିଲେ। ତାଙ୍କର ୫କିଲୋ ଟମାଟୋ ଚୋରି ହୋଇଥିବା ସେ ଅଭିଯୋଗ କରିଥିଲେ। ସିସିଟିିଭି ଫୁଟେଜ ଯାଞ୍ଚ କରିବା ପରେ ଏନେଇ ଜଣାପଡ଼ିଥିଲା। ପରେ ମହିଳାଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରିବା ସହ ମାମଲା ରଫାଦଫା କରାଯାଇଥିଲା। ହେଲେ ଏଥିଲାଗି ତାଙ୍କୁ ୭୦୦ ଟଙ୍କା ଦେବାକୁ ହୋଇଥିଲା।

Share