Categories: ଜାତୀୟ

‘ମୋୟେ ମୋୟେ’ ଗୀତରେ ଭିଡିଓ କଲେ ଦିଲ୍ଲୀ ଓ ପଶ୍ଚିମବଙ୍ଗ ପୋଲିସ, ଭାଇରାଲ ହେଉଛି ମଜାଦାର ଭିଡିଓ

ନୂଆଦିଲ୍ଲୀ,୨୬।୧୧: କିଛିଦିନ ଧରି ସୋସିଆଲ ମିଡିଆରେ ଏକ ମଜାଦାର ଟ୍ୟୁନ ଟ୍ରେଣ୍ଡ କରୁଛି। ତାହା ହେଉଛି ‘ମୋୟେ ମୋୟେ’। ୟୁଜର୍ସ ଏହି ଗୀତରେ ମଜାଦାର ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ବର୍ତ୍ତମାନ ଦିଲ୍ଲୀ ଓ ପଶ୍ଚିମବଙ୍ଗର ପୋଲି ସମଧ୍ୟ ଏହି ଗୀତରେ ଭିଡିଓ କରିଛନ୍ତି। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବିଭାଗ ଯାତାୟତ ସମୟରେ ସତର୍କ ରହି ଗାଡି ଚଳାଇବା ପାଇଁ ପରାମର୍ଶ ଦେଇଛି।

 

ଦିଲ୍ଲୀ ପୋଲିସ ସୋସିଆଲ ମିଡିଆ ଏକ୍ସରେ ଏହି ଗୀତରେ ଭିଡିଓ ଜାରି କରିଛନ୍ତି। ଭିଡିଓରେ ଗାଡି ଚଳାଇବା ବେଳେ ଅମାନିଆଙ୍କୁ କୌଣସି ବିପଦଜ୍ଜନକ ଷ୍ଟଣ୍ଟ ଦେଖାଇବାକୁ ସତର୍କ କରାଇଛନ୍ତି।

 

ସେହିପରି ପଶ୍ଚିମବଙ୍ଗ ପୋଲିସ ଭିଡିଓ ଜାରି କରି ଗାଡି ଚଳାଇବାବେଳେ ମଦ ନ ପିଇବାକୁ ପରାମର୍ଶ ଦେଇଛି।

 

ସୂଚନାଯୋଗ୍ୟ, ଏହି ମୋୟେ ମୋୟେ ଗୀତ ଗାୟକ ତଥା ଡୋରା ର ସର୍ବିଆଇ ଗୀତ ଡଜାନମଙ୍କ ଏକ କୋରସ ଗୀତ ଅଟେ। ୟୁଜର୍ସ କୌଣସି ଭାବନାତ୍ମକ କିମ୍ବା ନାଟକୀୟ ବା ଦୁଖଦ କ୍ଷେତ୍ରରେ ଏହି ଗୀତର ଭିଡିଓ ପ୍ରସ୍ତୁତ କରୁଥିଲେ। ସର୍ବିଆଇ ଭାଷାରେ ଏହି ଶଦ୍ଦର ଅର୍ଥ ଦୁଖଦ ସ୍ବପ୍ନ। ଯାହା ସୋସିଆଲ ମିଡିଆରେ ଖୁବ୍‌ ଟ୍ରେଣ୍ଡ କରୁଛି।

Share