Categories: ଜାତୀୟ

ଅନଲାଇନ ମୋଡରେ ଚାଲିବ ପ୍ରାଇମେରୀ ସ୍କୁଲ, ମୁଖ୍ୟମନ୍ତ୍ରୀ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୪।୧୧: ଦିଲ୍ଲୀରେ ପ୍ରଦୂଷଣ ହେତୁ ପରିସ୍ଥିତି ଦିନକୁ ଦିନ ବିଗିଡି ଯାଉଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ଅନଲାଇନ ମୋଡରେ ଚାଲିବ। ପ୍ରଦୂଷଣ ବୃଦ୍ଧି ହେତୁ ମୁଖ୍ୟମନ୍ତ୍ରୀ ଆତିଶୀ ଏହି ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ, ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ କେବଳ ଅନଲାଇନ ମୋଡରେ ଚାଲିବ।

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ବୁଧବାର ଦିଲ୍ଲୀର ବାୟୁ ଗୁଣବତ୍ତା(ଏକ୍ୟୁଆଇ) ଦେଶରେ ପ୍ରଥମରେ ଥିବା ବେଳେ ଗୁରୁବାର ଏହା ୪୨୮ରେ ପହଞ୍ଚିଛି। ଯାହା ଚଳିତ ବର୍ଷ ପ୍ରଥମ ଥର ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ଆଗକୁ ଏହି ସ୍ଥିତି ଆହୁରି ଖରାପ ହେବାକୁ ଥିବା ବେଳେ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ(ସିଏକ୍ୟୁଏମ) ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ(ଜିଆରଏପି) ୩ ଶ୍ରେଣୀ ଲାଗୁ କରିଛି।

Share