Categories: ଜାତୀୟ

ସପ୍ତାହେ ସ୍କୁଲ୍‌ ବନ୍ଦ, ଘରୁ କାମ କରିବେ କର୍ମଚାରୀ

ନୂଆଦିଲ୍ଲୀ,୧୩।୧୧: ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଦିଲ୍ଲୀ ସରକାର ଜରୁରୀ ବୈଠକ ଡାକି ସପ୍ତାହେ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାରଠାରୁ ପୁଣିଥରେ ଅନ୍‌ଲାଇନରେ ପାଠପଢ଼ା ଆରମ୍ଭ ହେବ। ସମସ୍ତ ନିର୍ମାଣ କାର୍ଯ୍ୟ ୪ ଦିନ ବନ୍ଦ ରହିବା ସହ ସରକାରୀ କର୍ମଚାରୀମାନେ ୭ ଦିନ ଘରେ ରହି କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଘୋଷଣା କରିଛନ୍ତି। ଜରୁରୀ ବୈଠକରେ ପ୍ରଦୂଷଣ ରୋକିବା ଲାଗି ୪ ପର୍ଯ୍ୟାୟ ନିୟନ୍ତ୍ରଣ ଯୋଜନା ଲାଗି ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ସହରକୁ ଲକ୍‌ଡାଉନ କରିବା ଲାଗି ଏଥିରେ ଯୋଜନା ରହିଛି।

Share