Categories: ଜାତୀୟ

ଭିସ୍ତାରା ବିମାନକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୧୮।୮: ଭିସ୍ତାରା ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବା ପରେ ଦିଲ୍ଲୀ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ଦିଲ୍ଲୀ-ପୁଣେ ବିମାନକୁ ବୋମା ଧମକ ଦିଆଯାଇଛି। ବିମାନ ପହଞ୍ଚିବା ମାତ୍ରେ ଏଥିରେ କୌଣସି ବୋମା ଅଛି କି ନାହିଁ ତଦନ୍ତ ଆରମ୍ଭ ହୋଇଥିଲା। ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ଓହ୍ଲାଯାଇଛି।

ବିମାନବନ୍ଦରର ଆଇସୋଲେଶନ ବେ’ରେ ବିମାନର ଯାଞ୍ଚ ଚାଲିଛି। ସମସ୍ତ ଯାତ୍ରୀ ସେମାନଙ୍କ ସାମଗ୍ରୀ ସହିତ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି। ଜିଏମଆର କଲ ସେଣ୍ଟର ଶୁକ୍ରବାର ସକାଳ ୮.୫୩ରେ ବିମାନରେ ଏକ ବୋମା ଥିବା ବିଷୟରେ କଲ ପାଇଥିଲା। ବିମାନର ଭିତର ଓ ବାହାରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଛି, କିନ୍ତୁ କୌଣସିି ବିସ୍ଫୋରକ କିମ୍ବା ସନ୍ଦେହଜନକ ଜିନିଷ ମିଳିନାହିଁ।

Share