Categories: ଜାତୀୟ

୨୦୧୮ ପରେ ସବୁଠୁ ବଡ଼ ଝଡ଼: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀରେ ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ସୋମବାର ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମଙ୍ଗଳବାର ଆଉଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ କିଛି ଲୋକ ଆହତ ହୋଇଥିବା ଜଣାପଡିଛି। ୨୦୧୮ ପରେ ଦିଲ୍ଲୀରେ ଏହା ସବୁଠୁ ବଡ଼ ଝଡ଼ ବୋଲି ପାଣିପାଗ ବିଭାଗ କହିଛି।
a
ଦିଲ୍ଲୀ ଜାମା ମସଜିଦ ଅଞ୍ଚଳରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ବାଲକୋନିରୁ ଖସିପଡ଼ି ପ୍ରାଣ ହରାଇ ଥିବା ବେଳେ ଉତ୍ତର ଦିଲ୍ଲୀରେ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେହିପରି ପଶ୍ଚିମ ଦିଲ୍ଲୀରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି।

ଝଡ଼ ତୋଫାନରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଗଛ ଉପୁଡ଼ି ବିଭିନ୍ନ ଅଞ୍ଚଳରେ ଟ୍ରାଫିକ ଜାମ୍‌ ସୃଷ୍ଟି ହୋଇଛି। ଏପରି କିି ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ଝଡ଼ବର୍ଷା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୦୦ କି.ମି ରହିଥିବା ଜଣାପଡିଛି।

Share