ଦିଲ୍ଲୀ ରାମଲୀଳା: ସୀତା ପ୍ରତିରକ୍ଷା ସେବା ପାଇଁ କରୁଛନ୍ତି ପ୍ରସ୍ତୁତି, ରାମ ବ୍ୟାଙ୍କରେ କରନ୍ତି ଚାକିରି

ନୂଆଦିଲ୍ଲୀ, ୨୧।୧୦: ଦଶହରା ଅବସରରେ ଦିଲ୍ଲୀରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରାୟ ୫୦୦ରୁ ଅଧିକ ସ୍ଥାନରେ ରାମଲୀଳା ଆୟୋଜନ ହେଉଛି। ସଂସ୍କୃତି କଳା ସଙ୍ଗମ ଗ୍ରୁପ୍‌ର ରାମଲୀଳାରେ ସୀତାଙ୍କ ଚରିତ୍ରରେ ଅଭିନୟ କରୁଥିବା ଶୁଭାଶିଂ ଭରଦ୍ୱାଜ ପ୍ରତିରକ୍ଷା ସେବା ପାଇଁ ପ୍ରସ୍ତୁତି କରୁଛନ୍ତି। ଗତ ବର୍ଷ ସେ ପ୍ରତିରକ୍ଷା ସେବା ପରୀକ୍ଷାର ସଫଳ ହୋଇ ନ ଥିଲେ। ଏନେଇ ଚଳିତ ବର୍ଷ ସେ ପୁଣି ପ୍ରସ୍ତୁତ ହେଉଛନ୍ତି ବୋଲି ସୂଚନା ଦେଇଛନ୍ତି। ଏହି ଅନୁଷ୍ଠାନରେ ସୂର୍ପଣଖା ଭୂମିକାରେ ଅଭିନୟ କରୁଥିବା ପ୍ରେକ୍ଷା ବତ୍ସ ଏକ ଘରୋଇ କମ୍ପାନୀରେ ଚାକିରି କରୁଛନ୍ତି। ସେହିପରି ମୟୂର ଆଦର୍ଶ କଳା ମଞ୍ଚ ପକ୍ଷରୁ ହେଉଥିବା ରାମଲୀଳାରେ ରାମ ଭୂମିକାରେ ଅଭିନୟ କରୁଥିବା କଳାକାର ହିମାଶୁଂ ବିଷ୍ଟ ଆଇଡିଏଫ୍‌ସି ବ୍ୟାଙ୍କରେ ଚାକିରି କରୁଥିବା କହିଛନ୍ତି। ଅକ୍ଟୋବର ୨୫ରେ ସମସ୍ତ ଅନୁଷ୍ଠାନ ପକ୍ଷରୁ ରାମଲୀଳାର ଶେଷ ହେବ ବୋଲି କୁହାଯାଉଛି।

Share