Categories: ଜାତୀୟ

ସପ୍ତାହାନ୍ତ କର୍ଫ୍ୟୁ ଉଠାଇବାକୁ ନିବେଦନ

ନୂଆଦିଲ୍ଲୀ,୨୧।୧: କୋଭିଡ୍‌ ମାମଲା ହ୍ରାସକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଶୁକ୍ରବାର  ରାତି ୧୦ରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଉଠାଇବାକୁ ପରାମର୍ଶ ଦେଇଛନ୍ତି। ତେବେ ଅନୁମୋଦନ ପାଇଁ ଫାଇଲଟି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବାଇଜାଲଙ୍କ କାର୍ଯ୍ୟାଳୟକୁ ପଠାଯାଇଛି।
ରାଜ୍ୟରେ ସଂକ୍ରମଣ ବଢୁଥିବା ନେଇ ସରକାରଙ୍କ ପକ୍ଷରୁ କର୍ଫ୍ୟୁ ଘୋଷଣା କରାଯାଇଥିଲା। ତେବେ ବର୍ତ୍ତମାନ ସର୍ବସାଧାରଣ ସ୍ଥାନରେ ଭିଡ଼କୁ ସୀମିତ ରଖି ଦୋକାନ ବଜାର ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି କାର୍ଯ୍ୟାଳୟରେ ୫୦% ଉପସ୍ଥାନ ସହିତ କାର୍ଯ୍ୟ କରିବାକୁ ଅନୁମତି ଦେବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଛି।
ୱିକେଣ୍ଡ କର୍ଫ୍ୟୁ ସମୟରେ, କେବଳ ଜରୁରୀ ସେବାରେ ଜଡିତ ବ୍ୟକ୍ତି ଏବଂ ଜରୁରିକାଳୀନ ପରିସ୍ଥିତିର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନେ କେବଳ ସରକାରୀ ପାସ କିମ୍ବା ବୈଧ ପରିଚୟପତ୍ର ସହିତ ବାହାରକୁ ଯିବାକୁ ଅନୁମତି ଥିଲା। ଗ୍ରୋସରୀ ଏବଂ ଓଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ସମସ୍ତ ଦୋକାନ ବନ୍ଦ କରିବାକୁ କୁହାଯାଇଥିଲା।

Share