ଚିନ୍ତା ବଢ଼ାଉଛି ଦିଲ୍ଲୀ: ଗତ ୨୪ଘଣ୍ଟାରେ ୧୬ଶହରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୬।୫: ରାଜଧାନୀ ଦିଲ୍ଲୀରେ ଏବେ କରୋନା ପ୍ରକୋପ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନରୁ କରୋନା ସଂକ୍ରମଣ ସଖ୍ୟା ହଜାରେରୁ ଅଧିକ ରହିଥିବା ଦେଖିବାକୁ ମିଳିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୦,୭୦୯ କରୋନା ଟେଷ୍ଟ କରାଯାଇଥିବା ବେଳେ ସେଥିରୁ ୧୬୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ଶୁକ୍ରବାର ୫.୩୯ ପ୍ରତିଶତ କରୋନା ସଂକ୍ରମଣ ହାର ରେକର୍ଡ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ୬୦୯୬ ସକ୍ରିୟ ମାମଲା ରହିଥିବା ବେଳେ ୧୭୧ଜଣ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ନ ଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଗୁରୁବାର ଦିଲ୍ଲୀରେ ୧୩୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ହାର ୬.୩୫ ରହିଥିଲା। ଶୁକ୍ରବାର ସଂକ୍ରମଣ ହାର କମିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ତେବେ କରୋନା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀର ବଡ଼ ବଡ଼ ହସ୍ପିଟାଲର ଡାକ୍ତରକମାନେ ଆଶଙ୍କା କରିଛନ୍ତି ଯେ, ଆଗାମୀ କିଛି ଦିନରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ। କିନ୍ତୁ ଏହାର କିଛି ସମୟ ପରେ ସଂକ୍ରମଣ ହ୍ରାସ ପାଇବାକୁ ଲାଗିବ ବୋଲି ବରିଷ୍ଠ ଡାକ୍ତରମାନେ ମତ ଦେଇଛନ୍ତି।

Share