Categories: ଜାତୀୟ

ଦିଲ୍ଲୀରେ ଦଶନ୍ଧି ପୁରୁଣା ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ,୨୨।୮: ଦିଲ୍ଲୀରେ ଶନିବାର ଗୋଟିଏ ଦିନରେ ସର୍ବାଧିକ ୧୩୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତ ୧୩ ବର୍ଷ ମଧ୍ୟରେ ଅଗଷ୍ଟ ମାସରେ ଏହା ଗୋଟିଏ ଦିନରେ ସର୍ବାଧିକ ବର୍ଷା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷା ଯୋଗୁ ରାଜଧାନୀର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଜଳମଗ୍ନ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯିବା ସହ ରିଲିଫ ଯୋଗାଇ ଦିଆଯାଇଛି। ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ବୃଷ୍ଟିପାତ ସାଙ୍ଗକୁ ବଜ୍ରପାତ ହେବାନେଇ ଆଇଏମ୍‌ଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Share