Categories: ଜାତୀୟ

ବର୍ଷା ଭାଙ୍ଗିଲା ୧୯ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୧।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ସେତିକି ପରିମାଣର ବର୍ଷା ହୋଇ ନାହିଁ। ହେଲେ ମଧ୍ୟ-ଭାରତ ଏବଂ ଉତ୍ତର-ଭାରତରେ ଏହାର ପ୍ରଭାବ ଦେଖାଇଛି।

ଲଘୁଚାପ ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ହୋଇଥିବା ଲଗାଣ ବର୍ଷା ୧୯ ବର୍ଷର ରେକର୍ଡ ଭାଙ୍ଗିଛି। ମଙ୍ଗଳବାର ସକାଳ ସାଢେ ୮ଟାରୁ ବୁଧବାର ସକାଳ ସାଢେ ୮ଟା ମଧ୍ୟରେ ଦିଲ୍ଲୀରେ ୧୧୨ ମିଲିମିଟର ବର୍ଷା ହୋଇଛି । ତେବେ ସେପ୍ଟେମ୍ବର ମାସର ଗୋଟିଏ ଦିନରେ ଦିଲ୍ଲୀରେ ହୋଇଥିବା ସର୍ବାଧିକ ବର୍ଷାର ରେକର୍ଡ ଏବେ ବଳବତ୍ତର ରହିଛି । ୨୦୦୨ ସେପ୍ଟେମ୍ବର ୧୩ରେ ଦିଲ୍ଲୀରେ ୧୨୬.୮ମିଲିମିଟର ବର୍ଷା ହୋଇଥିଲା । ସେହିପରି ଦିଲ୍ଲୀରେ ୧୯୬୩ ସେପ୍ଟେମ୍ବର ୧୬ରେ ୧୭୧.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା।

ଅନ୍ୟପକ୍ଷେ ଲଗାଣ ବର୍ଷା ଯୋଗୁ ଦିଲ୍ଲୀର ବିଭିନ୍ନ ରାସ୍ତାରେ ଆଣ୍ଡୁଏ ପାଣି ଜମା ରହି ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଏପରି କି ଲଗାଣ ବର୍ଷା ଯୋଗୁ ସହରର ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରାଯାଇଛି।

Share