ଚିନ୍ତା ବଢାଇଲାଣି ରାଜଧାନୀର ସଂକ୍ରମଣ, ୨୪ ଘଣ୍ଟାରେ ୧୦୯୪ ନୂଆ ସଂକ୍ରମିତ, ୨ ମୃତ

ନୂଆଦିଲ୍ଲୀ,୨୪ ।୪: ରାଜଧାନୀରେ ଦ୍ରୁତ ଗତିରେ ବଢି ଚାଲିଥିବା କରୋନା ସଂକ୍ରମଣ ଚିନ୍ତା ବଢାଇଲାଣି । ଗତ ୨୪ ଘଣ୍ଟାରେ ୧୦୯୪ ନୂଆ ସଂକ୍ରମିତ ଚିହ୍ନଟ ହେବା ଏକ ରେକର୍ଡ ବୋଲି କୁହାଯାଉଛି । ଏହାସହ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଜାରି କରାଯାଇଥିବା ଏକ ରିପୋର୍ଟ ଅନୁଯାୟ, ଗତ ପ୍ରାୟ ଅଢେଇ ମାସ ପରେ ହଠାତ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏବେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଥିବା ବେଳେ ଗତ ୨୪ ଘଣ୍ଟାରେ ୧୦୯୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୦ ଫେବୃୟାରୀ ପରେ ଏହା ସବୁଠାରୁ ଅଧିକ । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଶନିବାର ସୁଦ୍ଧା କରୋନା ସଂକ୍ରମଣ ହାର ୪.୮୨ ରହିଛି । ତେବେ ପୂର୍ବ କରୋନା ନିୟମକୁ କଡାକଡି ପାଳନ କରିବା ସହ ମାସ୍କ ପିନ୍ଧିବା ଜରୁରୀ ବୋଲି ସରକାର କହିଛନ୍ତି ।

Share