Categories: ଜାତୀୟ

ଜେଲରୁ ମୁକୁଳିଲେ ଦିଲ୍ଲୀ ଦଙ୍ଗା ମାମଲାର ଅଭିଯୁକ୍ତ ଉମର ଖଲିଦ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ଉମର ଖଲିଦ ଜେଲରୁ ମୁକୁଳିଛନ୍ତି। ଜେଲ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଦିଲ୍ଲୀର କର୍କାର୍ଡୋମା କୋର୍ଟରୁ ଉମର ଖାଲିଦଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଥିଲା। ଯାହା ପରେ ତାଙ୍କୁ ଶୁକ୍ରବାର ଜେଲ୍‌ରୁ ମୁକ୍ତ କରାଯାଇଛି। ଖଲିଦଙ୍କ ଭଉଣୀଙ୍କ ବିବାହରେ ଯୋଗଦେବା ପାଇଁ ଏହି ଆଶ୍ୱସ୍ତି ମିଳିଥିଲା। ତେବେ ଖଲିଦଙ୍କୁ ଏକ ସପ୍ତାହ ପରେ ପୁଣି ଆତ୍ମସମର୍ପଣ କରିବାକୁ ପଡିବ।
ଗତ କିଛି ମାସ ଧରି ଜେଲରେ ଥିବା ଉମର ଖାଲିଦ ତାଙ୍କ ଭଉଣୀଙ୍କ ବିବାହ ପାଇଁ ଜେଲ୍‌ରୁ ତାଙ୍କୁ ମୁକ୍ତ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଏହା ପରେ ତାଙ୍କୁ ଆରାମ ପ୍ରଦାନ କରି କୋର୍ଟ ୨୩ ଡିସେମ୍ବରରୁ ୩୦ ଡିସେମ୍ବର ମଧ୍ୟରେ ଅନେକ ସର୍ତ୍ତ ସହିତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ କୋର୍ଟ। ଖଲିଦଙ୍କୁ କୁହାଯାଇଛି ଯେ, ସେ ଏହି ସମୟ ମଧ୍ୟରେ କୌଣସି ମିଡିଆ ଚ୍ୟାନେଲକୁ ସାକ୍ଷାତକାର ଦେଇପାରିବେ ନାହିଁ। ଏହା ବ୍ୟତୀତ ଉମର ଖାଲିଦଙ୍କୁ ମଧ୍ୟ ତଦନ୍ତ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗ କରିବାକୁ କୁହାଯାଇଛି। ଏହି ସର୍ତ୍ତଗୁଡିକର ଉଲ୍ଲଂଘନ ହେଲେ ତୁରନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ବାତିଲ କରିବାକୁ କୁହାଯାଇଛି।

Share