ନୂଆଦିଲ୍ଲୀ,୨୭।୪: ଅବକାରୀ ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି(ଏଏପି) ନେତା ମନିଷ ସିସୋଡିଆଙ୍କୁ ପୁଣି ଝଟକା ଲାଗିଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ସିବିଆଇ ଦ୍ୱାରା ଯାଞ୍ଚ କରାଯାଉଥିବା ଅବକାରୀ ନୀତି ମାମଲାରେ ଏଏପି ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ୧୨ ମେ’ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି।
ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ସିବିଆଇ ଦ୍ୱାରା ଯାଞ୍ଚ କରାଯାଉଥିବା ଅବକାରୀ ନୀତି ମାମଲାରେ ଏଏପି ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ୧୨ ମେ’ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି।
ସୂଚନାଯୋଗ୍ୟ, ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କର ଗୁରୁବାର ସିବିଆଇ ଦ୍ୱାରା ଯାଞ୍ଚ କରାଯାଉଥିବା ଅବକାରୀ ମାମଲାରେ ନ୍ୟାୟିକ ହେପାଜତ ଶେଷ ହେବା ପରେ ତାଙ୍କୁ ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା।