Categories: ଜାତୀୟ

ଲାଲୁ ଯାଦବଙ୍କୁ ସମନ, ୪ ଅକ୍ଟୋବରରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୯: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଏବଂ ରେଳ ଅଧିକାରୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ସମନ ଜାରି କରିଛନ୍ତି। ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ସମୟରେ ରେଳ ନିଯୁକ୍ତିରେ ଘୋଟାଲା ଅଭିଯୋଗ ହୋଇଛି ଏବଂ କୋର୍ଟ ଏହି ମାମଲାରେ ସମନ ଜାରି କରିଥିବା ଜଣାପଡିଛି।

ଏହି ମାମଲାରେ ଲାଲୁଙ୍କ ପୁଅ ତେଜସ୍ବୀ ଯାଦବଙ୍କ ଶୁଣାଣି ସେପ୍ଟେମ୍ବର ୨୧ରେ ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟରେ ହେବାର ଥିଲା, କିନ୍ତୁ ଶୁଣାଣି ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ଏହି ଶୁଣାଣି ଶୁକ୍ରବାର ଅର୍ଥାତ୍‌ ସେପ୍ଟେମ୍ବର ୨୨ରେ ହେବ। ଯେଉଁଥିରେ ନିଷ୍ପତ୍ତି ନିଆଯିବ କି ଚାର୍ଜଶିଟ ସ୍ବୀକାର କରିବା ଗ୍ରହଣୀୟ କି ନୁହେଁ। ଏହାପୂର୍ବରୁ ଅଗଷ୍ଟ ୮ରେ ଏହି ମାମଲାର ଶୁଣାଣି ହେବାର ଥିଲା, ଯାହାକୁ ସ୍ଥଗିତ ରଖାଯାଇଥିଲା। ଏହା ପରେ ଶୁଣାଣି ୧୨ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା, ଯାହା ପରେ କୋର୍ଟ ୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।

Share