Categories: ଜାତୀୟ

ହସ୍ପିଟାଲରେ ଭୀଷଣ ନିଆଁ: ୬୦ ରୋଗୀଙ୍କୁ କରାଯାଉଛି ସ୍ଥାନାନ୍ତର

ନୂଆଦିଲ୍ଲୀ,୩୧।୩: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ବୁଧବାର ସକାଳେ ଭୀଷଣ ନିଆଁ ଲାଗିଛି। ଆଇସିୟୁ ୱାର୍ଡରେ ପ୍ରବଳ ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି। ହସ୍ପିଟାଲରେ ଥିବା ସମସ୍ତ ୬୦ ରୋଗୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ପ୍ରଥମ ମହଲାରେ ଥିବା ଆଇସିୟୁ ୱାର୍ଡରେ ସକାଳ ୬.୩୫ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ସମ୍ପର୍କରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଜଣାଯାଇଥିଲା। ସୂଚନା ପାଇବା ମାତ୍ରେ ୯ଟି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ହସ୍ପିଟାଲର ସୂଚନା ଅନୁଯାୟୀ ଅଗ୍ନିକାଣ୍ଡ ସମୟରେ ଆଇସିୟୁ ୱାର୍ଡରେ ପ୍ରାୟ ୬୦ ଜଣ ରୋଗୀ ଥିଲେ ଏବଂ ସେମାନଙ୍କୁ ଡାକ୍ତରଖାନା କର୍ମଚାରୀଙ୍କ ସହାୟତାରେ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ରୋଗୀଙ୍କୁ ଉଦ୍ଧାର କରିଥିବା ଦୁଇ ନର୍ସିଂ ଅଧିକାରୀ ଆହତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।

Share