Categories: ଜାତୀୟ

ରୁଷିଆ ଗଲା ଦିଲ୍ଲୀ-ସାନ୍‌ଫ୍ରାନ୍ସିସ୍କୋ ବିମାନ

ନୂଆଦିଲ୍ଲୀ, ୭ା୬: ନୂଆଦିଲ୍ଲୀରୁ ସାନ୍‌ଫ୍ରାନ୍ସିସ୍କୋ ଯାଉଥିବା ଏୟାର ଇଣ୍ଡିଆ ବିମାନର ଇଞ୍ଜିନ୍‌ରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ରୁଷିଆ ନିଆଯାଇଛି। ୨୧୬ ଯାତ୍ରୀ ଓ ୧୬ କର୍ମଚାରୀଙ୍କୁ ନେଇ ଯାଇଥିବା ଉକ୍ତ ବିମାନ ରୁଷିଆର ମାଗାଡାନ୍‌ ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରିଛି। ସେଠାରେ ଯାତ୍ରୀମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରାଯିବା ସହ ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ବା ପାଇଁ ବିକଳ୍ପ ଯୋଗାଇ ଦିଆଯିବ।

Share