ପୁଣି ଡରାଇଲା ଦିଲ୍ଲୀ: ୨୦୦କଣ୍ଟେନମେଣ୍ଟ ଜୋନ, ୬ହଜାରରୁ ଊର୍ଦ୍ଧ୍ୱ ସକ୍ରିୟ ମାମଲା

ନୂଆଦିଲ୍ଲୀ,୫।୮: ରାଜଧାନୀ ଦିଲ୍ଲୀ ସମେତ ଏନ୍‌ସିଆରରେ ପୁଣି ଥରେ କରୋନା କାୟା ମେଲାଇଲାଣି। ଧୀରେ ଧୀରେ ରାଜଧାନୀରେ କଣ୍ଟେନମେଣ୍ଟ ଜୋନ ପୁଣି ଫେରିଥିବା ଦେଖିବାକୁ ମିଳିଛି। କରୋନା ଗ୍ରାଫ୍‌ ଦିନକୁ ଦିନ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ମାମଲା ସମେତ ପଜିଟିଭିଟି ହାର ମଧ୍ୟ ବୃଦ୍ଧି ପାଇଛି। ଗୋଟିଏ ପଟେ କରୋନା ମାମଲା ଅନ୍ୟପଟେ ମଙ୍କିପକ୍ସ ସଂକ୍ରମଣ ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି। ଇତିମଧ୍ୟରେ ଗୁରୁବାର ଦିଲ୍ଲୀରେ ୨,୨୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ କରୋନାଜନିତ ୪ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ରାଜ୍ୟରେ ପଜିଟିଭିଟି ହାର ୧୧.୮୪ ପ୍ରତିଶତ ରହିଛି। ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ ମାମଲା ୬୧୭୫କୁ ବୃଦ୍ଧି ପାଇଥିବା ବେଳେ ସୁରକ୍ଷାକୁୁ ଦୃଷ୍ଟିରୁ ୨ଶହ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି। ଏହାପୂର୍ବରୁ ଫେବୃଆରୀ ୪ରେ ରାଜ୍ୟରେ ୨,୨୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦ଜଣଙ୍କର ମୃତ୍ୟୁ ହୋଇଥିଲା।

Share