Categories: ଜାତୀୟ

ଦିଲ୍ଲୀରେ ଖୋଲିବ ସ୍କୁଲ, କଲେଜ

ନୂଆଦିଲ୍ଲୀ,୪।୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସ୍କୁଲ, କଲେଜ ଏବଂ କୋଚିଂ ପ୍ରତିଷ୍ଠାନ, ଜିମ୍‌ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାରଠାରୁ ନୂଆ ଗାଇଡ୍‌ଲାଇନ ଅନୁଯାୟୀ ସ୍କୁଲ, କଲେଜ ଖୋଲିବ ବୋଲି ଦିଲ୍ଲୀ ସରକାର ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଏପରି କି ନାଇଟ୍‌ କର୍ଫ୍ୟୁର ଅବଧି ୧ ଘଣ୍ଟା ହ୍ରାସ କରାଯାଇଛି। ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ଏହାପୂର୍ବରୁ ରାତି ୧୦ଟାରୁ ରାଜଧାନୀରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲା।

ଏପରି କି ବିଦ୍ୟାଳୟଗୁଡ଼ିକ ପର୍ଯ୍ୟାୟ କ୍ରମେ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ପ୍ରଥମେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଫେବୃୟାରୀ ୭ ତାରିଖରୁ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ଟିକା ନେଇ ନ ଥିବା ଶିକ୍ଷକ କ୍ଲାସ ନେଇପାରିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଆସିଥିବା ନୂଆଁ ଗାଇଡ୍‌ଲାଇନରେ ସୂଚନା ଦିଆଯାଇଛି।

Share