Categories: ଜାତୀୟ

ପୁଣି ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୨୯ ।୧୧: ରାଜଧାନୀ ଦିଲ୍ଲୀରେ ସୋମବାରଠାରୁ ପୁଣିଥରେ ସମସ୍ତ ସ୍କୁଲ ଖୋଲି ଦିଆଯାଇଛି । ଏହାସହ ୱାର୍କଫ୍ରମ ହୋମ ବି ଶେଷ ହୋଇଛି ବୋଲି ସରକାର ଏକ ଚିଠି ଲେଖି ଜଣାଇଛନ୍ତି । ଶିକ୍ଷା ମନ୍ତ୍ରୀ ଟୁଇଟ କରି ଜଣାଇଛନ୍ତି କି ସୋମବାର ଅର୍ଥାତ୍ ୨୯ ନଭେମ୍ବରରୁ ପୁଣିଥରେ ସ୍କୁଲ ଖୋଲି ଦିଆଯାଇଛି । ଦିଲ୍ଲୀ-ଏନ୍‌ସିଆରରେ ପ୍ରଦୂଷଣର ମାତ୍ରାକୁ ଦେଖି ସମସ୍ତ ସ୍କୁଲ ବନ୍ଦ କରିଦିଆଯାଇଥିଲା । ଏଥିରେ ଉଭୟ ସରକାର ଓ ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଥିଲେ । ଅନ୍ୟପଟେ ଦିଲ୍ଲୀ-ଏନସିଆରରେ ହେଉଥିବା ପ୍ରଦୂଷଣ ମାମଲାର ଶୁଣାଣି ସୋମବାର ସୁପ୍ରିମ କୋର୍ଟରେ କରାଯିବ । ଗତ ସପ୍ତାହରେ କୋର୍ଟ କହିଥିଲେ ଦିଲ୍ଲୀରେ ହେଉଥିବା ପ୍ରଦୂଷଣକୁ ନେଇ ବିଶେଷଜ୍ଞମାନେ ଅଧ୍ୟୟନ କରିବା ଆବଶ୍ୟକ । ଏହାର ଆଧାରରେ ସରକାର ବର୍ଷକର ଯୋଜନା ପ୍ରସ୍ତୁତ କରିବା ଦରକାର ।

Share