୨୦ ଦିନ ମଧ୍ୟରେ ରାଜଧାନୀରେ କମିଛି ସଂକ୍ରମଣ, ବଢିଛି ସୁସ୍ଥତା ହାର

ନୂଆଦିଲ୍ଲୀ,୭।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ୧ ଲକ୍ଷ ପାର କରିଯିବା ପରେ ଏବେ ଏହା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟି ଯାଇଛି। ମହାରାଷ୍ଟ୍ର ଓ ତାମିଲନାଡୁ ପରେ ଏବେ ଦିଲ୍ଲୀବାସୀ ମଧ୍ୟ କରୋନା କୋପରୁ ବର୍ତ୍ତି ପାରି ନାହାନ୍ତି। ଖୁସି ଖବର ହେଉଛି ସଂକ୍ରମିତଙ୍କ ମଧ୍ୟରୁ ୭୨ ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇ ସାରିଲେଣି। ବେଳକୁ ବେଳ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ଗତ ୨୦ଦିନ ମଧ୍ୟରେ ଏଥିରେ ସୁଧାର ଆସିଥିବା କୁହାଯାଉଛି। ଏବେ ଯେଉଁ କରୋନା ଟେଷ୍ଟ କରାଯାଇଛି ସେମାନଙ୍କ ମଧ୍ୟରୁ ଶହେ ଜଣରେ ମାତ୍ର ୧୦ ଜଣଙ୍କ ରିପୋର୍ଟ ପଜିଟିଭ ଆସୁଛି। ତେଣୁ ପଜିଟିଭ ହାର ୨୬ ପ୍ରତିଶତରୁ କମ୍‌ ହୋଇ ଏବେ ୧୦ ପ୍ରତିଶତରେ ପହଞ୍ଚିଥିବା କୁହାଯାଉଛି। ଏହାସହ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇ ୭୨ ପ୍ରତିଶତରେ ପହଞ୍ଚିଥିବା ଜଣାପଡିଛି। କରୋନା ସଂକ୍ରମଣରେ ସବୁଠାରୁ ଉପରେ ଥିବା ୫ ରାଜ୍ୟର କଥା ଯଦି ଆଲୋଚନାକୁ ନିଆଯାଏ ତେବେ ଦିଲ୍ଲୀର ସୁସ୍ଥତା ହାର ସବୁଠାରୁ ଭଲ ଅଛି ବୋଲି ଜଣାପଡିଛି।

Share