Categories: ଜାତୀୟ

ଉଭୟ ଡୋଜ ନେବା ପରେ ମଧ୍ୟ ସୁରକ୍ଷାର ଗ୍ୟାରେଣ୍ଟି ନାହିଁ

ନୂଆଦିଲ୍ଲୀ, ୯ା୫ : ଉଭୟ ଟିକା ନେଲା ପରେ ମଧ୍ୟ ଯଦି କୋଭିଡ୍‌-୧୯ରେ ଆକ୍ରାନ୍ତ ହୁଅନ୍ତି, ତେବେ ଜୀବନ ଯୁଦ୍ଧରେ ଜିତିବାର କୌଣସି ଗ୍ୟାରେଣ୍ଟି ନାହିଁ। ଦିଲ୍ଲୀ ସରୋଜ ହସ୍ପିଟାଲରେ ଘଟିଥିବା ଡ. ଅନିଲ କୁମାର ରାଓ୍ବାତଙ୍କ ମୃତ୍ୟୁ ପରେ ଏହା ଜଣାପଡ଼ିଛି। ଭେଣ୍ଟିଲେଟରକୁ ଯିବା ପୂର୍ବରୁ ଡ. ଅନିଲ ନିଜ ସହଯୋଗୀଙ୍କୁ କହିଥିଲେ, ” ମୁଁ ଟିକାର ଉଭୟ ଡୋଜ ନେଇଛି। ମୋତେ କିଛି ହେବ ନାହିଁ “। କିନ୍ତୁ ଶନିବାର ସକାଳେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ୫୮ ବର୍ଷୀୟ ଡାକ୍ତର।

୧୯୯୬ରୁ ସରୋଜ ହସ୍ପିଟାଲରେ କାର୍ଯ୍ୟ କରୁଥିବା ରାଓ୍ବାତ ମାର୍ଚ୍ଚର ପ୍ରଥମ ସପ୍ତାହରେ କୋଭିଶିଲ୍ଡର ଦ୍ୱିତୀୟ ଶଟ୍‌ ନେଇଥିଲେ। ଏ ନେଇ ହସ୍ପିଟାଲର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ. ପି. କେ. ଭରଦ୍ୱାଜ କହିଛନ୍ତି।

କୋଭିଡ୍‌ ଆକ୍ରାନ୍ତ ହେବା ପରେ ୧୦ରୁ ୧୨ ଦିନ ଘରେ ଆଇସୋଲେଶନରେ ରହିଥିଲେ। ଅକ୍ସିଜେନ ସ୍ତର କମ୍‌ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ବଞ୍ଚାଇବା ଲାଗି ଯଥା ସମ୍ଭବ ଚେଷ୍ଟା କରିଥିଲା ଡାକ୍ତରୀ ଦଳ। ଏହା ସତ୍ତ୍ୱେ ଆମେ ହାରିଗଲୁ। ଆମ ପାଇଁ ଏହା ବଡ଼ କ୍ଷତି। ଟିକାର ଉଭୟ ଡୋଜ ନେବା ପରେ ଡାକ୍ତରଙ୍କ ମୃତ୍ୟୁ ହେବା ବୋଧ ହୁଏ ଏପର୍ଯ୍ୟନ୍ତ ଦେଶରେ ପ୍ରଥମ ଘଟଣା ବୋଲି ଡ. ଭରଦ୍ୱାଜ କହିଛନ୍ତି।

Share