Categories: ଜାତୀୟ

୯୦ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା

ନୂଆଦିଲ୍ଲୀ,୨।୭: ରାଜଧାନୀ ଦିଲ୍ଲୀରେ ଗତ ୩ ଦିନ ହେବ ପ୍ରବଳ ଖରା ହେଉଛି। ଫଳସ୍ବରୂପ ତାପମାତ୍ରା ୯୦ ବର୍ଷର ରେକର୍ଡ ଭାଙ୍ଗିଛି। ଜୁଲାଇର ପ୍ରଥମ ଦିନ ୯୦ ବର୍ଷ ମଧ୍ୟରେ ସବୁଠାରୁ ଉତ୍ତପ୍ତ ଥିଲା। ଜୁଲାଇ ୧, ୧୯୩୧ରେ ପାରା ୪୫ ଡିଗ୍ରୀରେ ରେକର୍ଡ ହୋଇଥିବାବେଳେ ଗତକାଲି ଏହା ୪୫.୨ ଡିଗ୍ରୀରେ ରେକର୍ଡ କରାଯାଇଛି। ଗତ କିଛିଦିନ ହେବ ଦିଲ୍ଲୀର ତାପମାତ୍ର ୪୦ ଡିଗ୍ରୀ ଉପରେ ରହୁଛି। ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପାଣିପାଗ ବିବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷଜ୍ଞମାନେ କହିଛନ୍ତି, ଏହାର ପ୍ରଭାବ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ଦେଖାଯାଏ। କରୋନା ଅବଧିରେ ହିଟ ଷ୍ଟ୍ରୋକ, ଡାଇରିଆ ଏବଂ ଟାଇଫାଇଡ ଭଳି ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଛି।

Share