Categories: ଜାତୀୟ

୧୨ ଘଣ୍ଟାରେ ପହଞ୍ଚି ହେବ ଦିଲ୍ଲୀରୁ ମୁମ୍ବାଇ

ନୂଆଦିଲ୍ଲୀ,୧୨ ।୭: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର କାମ ୭୦ ପ୍ରତିଶତ ଶେଷ ହୋଇଥିବା ବେଳେ ଆଉ ମାତ୍ର ୩୦ ପ୍ରତିଶତ ବାକି ରହିଥିବା କୁହାଯାଉଛି । ଆସନ୍ତା ବର୍ଷ ୨୦୨୩ରେ ଏହି ଏକ୍ସପ୍ରେସ ୱେରେ ବାହନ ଚଳାଚଳ ଆରମ୍ଭ ହୋଇଯିବ । ଏହି ୧୩୫୦ କିଲୋମିଟର ଲମ୍ବା ପ୍ରୋଜେକ୍ଟରେ ପାଖାପାଖି ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଏକ୍ସପ୍ରେସ ୱେ ହୋଇଯିବା ପରେ ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ବ୍ୟବଧାନ କମିଯିବା ସହ ଯାତ୍ରାର ସମୟ ବି କମ ହୋଇଯିବ ।
ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର ପ୍ରଗତି କଥା କହିଛନ୍ତି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ହରିୟାଣା, ଗୁରୁଗ୍ରାମର ରାଜିବ ଚୌକରୁ ଆରମ୍ଭ ହୋଇ ମେୱାତ, ଜୟପୁର କୋଟା, ଭୋପାଳ, ଅହମଦାବାଦ ହୋଇ ମୁମ୍ବାଇ ପହଞ୍ଚିବ ।

Share