Categories: ଜାତୀୟ

ପ୍ରଦୂଷିତ ସହର ତାଲିକା ଶୀର୍ଷରେ ଦିଲ୍ଲୀ, ଶ୍ରେଷ୍ଠ ୧୦ରେ ଭାରତର ୩ ସହର…

ନୂଆଦିଲ୍ଲୀ,୧୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ସହିତ ଏବେ ବାୟୁ ପ୍ରଦୂଷଣ ମଧ୍ୟ ବଢିଚାଲିଛି। ରାଜଧାନୀ ଦିଲ୍ଲୀର ସ୍ଥିତି ସଙ୍କଟ ଜନକ ରହିଛି। ନିଶ୍ୱାସ ନେବାକୁ ମଧ୍ୟ ଲୋକଙ୍କୁ କଷ୍ଟ ହେଉଛି। ଏପରିସ୍ଥଳେ ପୃଥିବୀର ବାୟୁର ଗୁଣବତ୍ତା ଉପରେ ନଜର ରଖୁଥିବା ସଂସ୍ଥା ଆଇକ୍ୱ୍ୟୁ ଏୟାର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦିଲ୍ଲୀ ବାୟୁ ପ୍ରଦୂଷଣ ତାଲିକାର ଶୀର୍ଷରେ ରହିଛି। ଏହା ସହିତ ୩ ଭାରତୀୟ ସହର ଶ୍ରେଷ୍ଠ ୧୦ ପ୍ରଦୂଷିତ ସହର ତାଲିକାରେ ରହିଛନ୍ତି।

ତାଲିକାର ଦ୍ୱିତୀୟ ସ୍ଥାନରେ ପାକିସ୍ତାନର ଲାହୋର ରହିଛି। ସେହିପରି ତୃତୀୟ ସ୍ଥାନରେ ବୁଲଗେରିୟାର ଶୋଫିଆ ସହର ରହିଛି।
ଭାରତୀୟ ସହର କୋଲକାତା ତାଲିକାର ତଚୁର୍ଥସ୍ଥାନରେ ଥିବାବେଳେ ବଲିଉଡ୍‌ ମୁମ୍ବାଇ ଷଷ୍ଠସ୍ଥାନରେ ରହିଛି। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୫୫୬ ଥିବାବେଳେ କୋଲକାତାର ୧୭୭ ଏବଂ ମୁମ୍ବାଇର ୧୬୯ ରହିଛି।

Share