Categories: ଜାତୀୟ

ପାକିସ୍ତାନ ପ୍ରେମିକଙ୍କ ପ୍ରେମରେ ଭାରତୀୟ ଯୁବତୀ: ପ୍ରେମିକଙ୍କ ସହ ମିଶି ପ୍ରଧାନମନ୍ତ୍ରୀଙ୍କୁ କଲେ ଅପମାନ, ଶେଷରେ ହଟହଟ୍ଟାରେ…

ଦିଲ୍ଲୀ,୧୪।୮: ଦେଶ ବିରୋଧରେ ଅପମାନଜନକ ମନ୍ତବ୍ୟ ପଡ଼ିଲା ମହଙ୍ଗା। ଅଧ ରାତିରେ ହଟହଟ୍ଟା ହେଲେ ପ୍ରେମୀଯୁଗଳ। ଏଭଳି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ରାଜରାସ୍ତାରେ। ସବୁଠାରୁ ବଡ଼ କଥା ହେଲା ଭାରତକୁ ଆସି ଭାରତ ବିରୋଧରେ କହୁଥିଲେ ପାକିସ୍ତାନ ଯୁବକ । ତାଙ୍କ ସହ ତାଳ ଦେଉଥିଲେ ଭାରତୀୟ ଯୁବତୀ ଅବା ତାଙ୍କ ପ୍ରେମିକା। ସମ୍ପର୍କରେ ଉଭୟ କୁଆଡେ ଗର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ ହେବେ। ଏ ନେଇ ସେମାନେ ଅଧରାତିରେ ହଟହଟ୍ଟା ହୋଇଥିଲେ। ଉଭୟ ପ୍ରେମୀଯୁଗଳଙ୍କୁ ରାସ୍ତାରେ ଗାଡ଼ିରୁ ଓହ୍ଲାଇ ଦେଲେ କ୍ୟାବ୍‌ ଡ୍ରାଇଭର । ସେମାନେ କେବଳ ଭାରତକୁ ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅପମାନ କରୁଥିଲେ। ଯାହା ଶୁଣିବା ମାତ୍ରେ ରାଗିଯାଇ କ୍ୟାବ୍‌ ଡ୍ରାଇଭର ମଧ୍ୟରାତ୍ରିରେ ସେମାନଙ୍କୁ ଛାଡ଼ି ଚାଲିଯାଇଥିଲେ ।

ଯୁବତୀ ଜଣଙ୍କ ପାକିସ୍ତାନ ପ୍ରେମିକଙ୍କ ପ୍ରେମରେ ଏମିତି ଅନ୍ଧ ହୋଇଯାଇଥିଲେ ଯେ, ପ୍ରଥମେ ଦିଲ୍ଲୀ ପରେ ମୁମ୍ବାଇ, ଆଉ ତା’ ପରେ ପୂରା ଭାରତକୁ ନେଇ ବିବାଦୀୟ ଆଲୋଚନା କରିଥିଲେ । ପ୍ରେମିକାଙ୍କ ସମର୍ଥନକୁ ଦେଖି ବେଶ ଖୁସି ହୋଇଯାଇଥିଲେ ବୟଫ୍ରେଣ୍ଡ । ଭାରତକୁ ବିରୋଧକରି ପାକିସ୍ତାନୀ ବୟଫ୍ରେଣ୍ଡ ଆହୁରି ମନଇଚ୍ଛା ଗପି ଚାଲିଥିଲେ । ପ୍ରଥମେ ସେମାନଙ୍କୁ ଏପରି ଆଲୋଚନା ନକରିବାକୁ ଡ୍ରାଇଭର କହିଥିଲେ । ହେଲେ ସେମାନେ ଚୁପ୍‌ ରହିବା ପରିବର୍ତ୍ତେ ଡ୍ରାଇଭରଙ୍କୁ ଅପମାନ କରିଥିଲେ । ପରେ ଯୁକ୍ତିତର୍କ ହୋଇଥିଲା । ପରେ ଡ୍ରାଇଭର ତାଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ । ନିଜେ ବାହାରକୁ ଆସି ସେମାନଙ୍କୁ ଗାଳି ଦେଇଥିଲେ । ରାତି ଅଧରେ ରାସ୍ତାରେ ଓହ୍ଲାଇଦେବା ଫଳରେ ଯୁବତୀ ଜଣକ ଆହୁରି ରାଗିଯାଇଥିଲ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାତ୍ସଲ୍ୟ କରିବା ସହ ଦେଶକୁ ଆହୁରି ବିରୋଧ କରିଥିଲେ । ସେହି ସମୟର କିଛି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଡ୍ରାଇଭର ଜଣକଙ୍କ ଏପରି କାର୍ଯ୍ୟକୁ ଅନେକ ଲୋକ ପ୍ରଶଂସା କରିଛନ୍ତି ।

Share