Categories: ଜାତୀୟ

ସୁଷମାଙ୍କ ନାଁରେ ହେବ ଦିଲ୍ଲୀ ୟୁନିଭର୍ସିଟିର ନୂଆ କଲେଜର ନାମ!

ନୂଆଦିଲ୍ଲୀ,୮ ।୮: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିଲ୍ଲୀର ମହରୌଲି ନିକଟରେ ଥିବା ଭାଟି କଲା ଗାଁରେ ନିର୍ମାଣ କରାଯିବାକୁ ଥିବା ଦିଲ୍ଲୀ ୟୁନିଭର୍ସିଟି କଲେଜର ଶିଳାନ୍ୟାଶ କରିବାର ଥିଲା । ହେଲେ କୌଣସି କାରଣ ବଶତଃ ଏହାକୁ ସ୍ଥଗିତ ରଖାଯାଇଛି । ଏଥିପାଇଁ ଜମି ଦିଲ୍ଲୀ ସରକାର ଯୋଗାଇ ଦେଇଛନ୍ତି । କଲେଜ କ୍ୟାମ୍ପସରେ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ରହିବାର ସୁବିଧା ସହ ଛାତ୍ରାବାସ ନିର୍ମାଣ କରାଯିବ । ଏହି କଲେଜ ଦ୍ୱାରା ଦିଲ୍ଲୀ ଓ ଗୁଡଗାଓଁର ଗାଁ ଅଞ୍ଚଳରେ ଥିବା ପିଲାମାନଙ୍କୁ ଉଚ୍ଚ ଶିକ୍ଷାର ସୁବିଧା ମିଳି ପାରିବ । ଦିଲ୍ଲୀ ୟୁନିଭର୍ସିଟିର ରେଜିଷ୍ଟ୍ରାର କହିଛନ୍ତି ଏହା ମହିଳା କଲେଜ ହେବ କି କୋ-ଏଡ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏବେ କଲେଜର ନାଁକୁ ନେଇ ବିଚାର ଚାଲିଛି । ତେବେ ଦିଲ୍ଲୀର ପ୍ରଥମ ମୁଖ୍ୟମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନାଁରେ କଲେଜ ହେବ ବୋଲି କୁହାଯାଉଛି । ଅବଶ୍ୟ ଏହି ତାଲିକାରେ ଆଉ କେତେ ଜଣଙ୍କର ନାଁ ବି ରହିଛି ।

Share