ଖୋଲିବ ସ୍କୁଲ ଅଡିଟୋରିୟମ, ଟ୍ରେନିଂ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ,୧୧ ।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେଳକୁ ବେଳ କମ୍ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରବିବାର ଦିଲ୍ଲୀ ସରକାର ଅନଲକ୍‌-୭ ଗାଇଡଲାଇନ୍ ଜାରି କରିଛନ୍ତି । ସୋମବାରଠାରୁ ସେଠାରେ ଏଜୁକେଶନ ଟ୍ରେନିଂ ଓ ମିଟିଂ ପାଇଁ ଉଦ୍ଦିଷ୍ଟ ସ୍କୁଲର ଅଡିଟୋରିୟମ ଓ ଆସେମ୍ଲି ହଲ ୫୦ ପ୍ରତିଶତ କ୍ଷମତା ସହ ବ୍ୟବହାର କରାଯାଇ ପାରିବ । ହେଲେ ଏବେ ସ୍କୁଲ, କଲେଜ ଓ କୋଚିଙ୍ଗ ସେଣ୍ଟର ବନ୍ଦ ରହିବ । ସମସ୍ତ ପ୍ରକାର ଟ୍ରେନିଂ ଦିଆଯାଇ ପାରିବ । ସୂଚନାଯୋଗ୍ୟ, ଶନିବାର ରାଜଧାନୀ ଦିଲ୍ଲୀରେ ୭୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମାତ୍ର ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ସହରର ସଂକ୍ରମଣ ହାର ୦.୦୯ ହୋଇଯାଇଛି । ତଣୁ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କମ୍ ହେବା ଫଳରେ ଏବେ ସରକାର ସାଧାରଣ ଜୀବନଯାତ୍ରା ଉପରେ ଲାଗିଥିବା କଟକଣାକୁ କୋହଳ କରିବା କଥା ଚିନ୍ତା କରୁଛନ୍ତି ।

Share