Categories: ଜାତୀୟ

ଦିଲ୍ଲୀ ହିଂସା ଥିଲା ଯୋଜନା ବଦ୍ଧ: ନୱାଜ ମଲିକ

ମୁମ୍ବାଇ,୩୦ ।୧: ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି)ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ଥିବା ନୱାଜ ମଲିକ ଶନିବାର କହିଛନ୍ତି କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଉପୁଜିଥିବା ହିଂସା ଥିଲା ଯୋଜନା ବଦ୍ଧ । ଭାରତୀୟ ଜନତା ପାର୍ଟି(ଭଜପା) ସରକାର କୃଷକଙ୍କୁ ଅପବାଦ ଦେବା ଲାଗି ଏପରି କରିଥିବା କହିଛନ୍ତି ମଲିକ । କାରଣ କେନ୍ଦ୍ର ସରକାର ଭଲଭାବେ ଜାଣିଛନ୍ତି ନୂଆ କୃଷି ଆଇନ କେବେ କାର୍ଯ୍ୟକାରୀ ହେବ ନାହିଁ ତେଣୁ ସେ କୃଷକ ଆନ୍ଦୋଳନକୁ ଶେଷ କରିବା ଲାଗି ଏଭଳି କରିଛନ୍ତି । ସୂଚନାଯୋଗ୍ୟ, ଶନିବାର ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥି ପାଳନ ସମୟରେ ସେ ଗଣମାଧ୍ୟମକୁ ଏହା କହିଛନ୍ତି ।

Share