ରାଜଧାନୀରୁ ହଟିବନି ୱିକଏଣ୍ଡ କର୍ଫ୍ୟୁ ଅବା ଅଡ ଇଭିନ: କେଜରିୱାଲଙ୍କ ପ୍ରସ୍ତାବକୁ ଗ୍ରହଣ କଲେନି ଉପରାଜ୍ୟପାଳ

ନୂଆଦିଲ୍ଲୀ,୨୧ ।୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ କିଛିକାଂଶରେ କମିଛି ସତ । ହେଲେ ଏବେବି ରାଜଧାନୀବାସୀ ସୁରକ୍ଷିତ ନୁହେଁ । ଏବେବି ଦିଲ୍ଲୀରେ ୱିକଏଣ୍ଡ କର୍ଫ୍ୟୁ ଓ ବଜାରରେ ଅଡଇଭିନ ନମ୍ବର ନିୟମ ଜାରି ରହିବ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହାକୁ ହଟାଇବାକୁ ପ୍ରସ୍ତାବ ଦେଇଥିବା ବେଳେ ଉପରାଜ୍ୟପାଳ ଅନିଲ ବୈଜଲ କିନ୍ତୁ ଏହି ପ୍ରସ୍ତାବକୁ ଗ୍ରହଣ କରି ନାହାନ୍ତି । ତେଣୁ ଏବେ ରାଜଧାନୀ ଦିଲ୍ଲୀରେ ୱିକଏଣ୍ଡ କର୍ଫ୍ୟୁ ଓ ବଜାରରେ ଅଡଇଭିନ ନମ୍ବର ନିୟମ ଜାରି ରହିବ । ଶୁକ୍ରବାର ରାତି ୧୦ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଏହି ୱିକଏଣ୍ଡ କର୍ଫ୍ୟୁ ଜାରି ରହିବ । ସୂଚନାଯୋଗ୍ୟ, କରୋନା ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ଜାନୁୟାରୀ ୧ରୁ ଏଠାରେ ୱିକଏଣ୍ଡ କର୍ଫ୍ୟୁ ଲାଗୁ କରାଯାଇଥିଲା ।

Share