Categories: ଜାତୀୟ

ତିନି ଦିନ ସଟଡାଉନ ରହିବ ଦିଲ୍ଲୀ! କାହିଁକି ନିଆଗଲା ଏତେବଡ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୫।୮: ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ସଟଡାଉନ ହେବ ଦିଲ୍ଲୀ। ସେପ୍ଟେମ୍ବର ମାସରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସମସ୍ତ ସଦସ୍ୟ ଦେଶର ମୁଖ୍ୟ ଅଂଶଗ୍ରହଣ କରିବେ। ତେଣୁ ସୁରକ୍ଷା ଦୃଷ୍ଟରୁ ଦିଲ୍ଲୀ ପୋଲିସ ଏବଂ ପ୍ରଶାସନ ଏତେବଡ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ ଟ୍ରାଫିକ ପୋଲିସ ସେପ୍ଟେମ୍ବର ମାସରେ ଚାରି ଦିନ ପାଇଁ ଟ୍ରାଫିକ ଆଡଭାଇଜରି ଜାରି କରିଛି। ଏହି ନିର୍ଦ୍ଦେଶନାମା ଅନୁସାରେ ସେପ୍ଟେମ୍ବର ୭ରୁ ୧୦ ଦିଲ୍ଲୀ ସଟଡାଉନ ରହିବ। ୧୦ତାରିଖ ମଧ୍ୟରାତ୍ରିରୁ ଲୁଟେନ୍ସ ଦିଲ୍ଲୀରେ ବସ ଚଳାଚଳ କରିବ ନାହିଁ। ତେବେ ଏଭଳି ପରିସ୍ଥିତିରେ ଯଦି ଲୋକଙ୍କୁ କୌଣସି ସ୍ଥାନକୁ ଯିବାକୁ ହେଲେ ସେମାନେ ମେଟ୍ରୋରେ ଯାତାୟାତ କରିବେ।

Share