Categories: ଜାତୀୟ

ଦିଲ୍ଲୀ ସରକାରଙ୍କ ବଡ ଘୋଷଣା: ୨୪ ଘଣ୍ଟା ପ୍ରତିଘରକୁ ଯୋଗାଇ ଦିଆଯିବ ପାଣି

ନୂଆଦିଲ୍ଲୀ,୨୬ ।୯: ଦିଲ୍ଲୀ ମୁଖ୍ୟମନ୍ତୀ ଅରବିନ୍ଦ କେଜରିୱାଲ ଶନିବାର ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଏବେ ଦିଲ୍ଲୀରେ ୨୪ ଘଣ୍ଟା ବିଜୁଳି ସହ ୨୪ ଘଣ୍ଟା ପାଣି ବି ମିଳିବ । ଏହି ଲକ୍ଷ୍ୟ ଆସନ୍ତା ୫ ବର୍ଷ ମଧ୍ୟରେ ପୂରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏବେ ଦିଲ୍ଲୀବାସୀଙ୍କୁ ଯେତିକି ପାଣି ମିଳୁଛି ପ୍ରତିଦିନ ପାଖାପାଖି ୧୭୬ ଲିଟର ପାଣି ଯୋଗାଇ ଦିଆଯାଉଛି । ହେଲେ ୨୪ ଘଣ୍ଟିଆ ପାଣି ଯୋଗାଣ ହେବାପରେ ଏଥିପାଇଁ ସରକାର ସ୍ୱତନ୍ତ୍ର ପରାମର୍ଶଦାତା ନିଯୁକ୍ତ କରିବେ ବୋଲି କହିଛନ୍ତି । କାରଣ ପାଣି କୁଆଡେ ଯାଉଛି ଚୋରି ହେଉଛି କି ଲିକ୍ ହେଉଛି ତାହା ଜାଣି ରଖିବା ଜରୁରୀ । ତା’ହେଲେ ଯାଇ ଜନସାଧାରଣଙ୍କ ପାଖରେ ୨୪ ଘଣ୍ଟା ସୁଚାରୁରୂପେ ପାଣି ଯୋଗାଇ ଦେଇ ହେବ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଭର୍ଚ୍ରୁ୍ୟଆଲ ପ୍ରେସ କନଫରେନ୍ସ ଜରିଆରେ କହିଛନ୍ତି ୱାଟର ମ୍ୟାନେଜମେଣ୍ଟ ପାଇଁ ଅତ୍ୟାଧୁନିକ ଟେକନିକ ଆଣିବାକୁ ମଧ୍ୟ ସ୍ଥିର କରାଯାଇଛି । ସେଣ୍ଟ୍ରାଲାଇଜ୍‌ଡ ସିଷ୍ଟମ ମାଧ୍ୟମରେ କର୍ମଚାରୀ କାର୍ଯ୍ୟାଳୟରେ ବସି ଗୋଟିଏ ପାଣି ପାଇପ୍‌କୁ ବନ୍ଦ କରି ଆଉ ଗୋଟିଏକୁ ଚାଲୁ କରିପାରିବେ । ଏହା ରିମୋଟ କଣ୍ଟ୍ରୋଲ ଯୋଗେ କରାଯିବ । ତେବେ ଦିଲ୍ଲୀକୁ ଅଧିକ ପାଣି ଆବଶ୍ୟକ ଥିବାରୁ ଏବେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶ ସରକାରଙ୍କ ସହ କଥାବାର୍ତ୍ତା ଚାଲିଛି ।

Share