
ନୂଆଦିଲ୍ଲୀ, ୧୯ା୧: ବିଷାକ୍ତ ଧୂଆଁ କାରଣରୁ ଜଣେ ୩୦ ବର୍ଷୀୟା ମହିଳା ଓ ତାଙ୍କ ୪ ଛୁଆ ପ୍ରାଣ ହରାଇଛନ୍ତି। ଏହି ଘଟଣା ରାଜଧାନୀର ଓଲ୍ଡ ସୀମାପୁରୀ ଅଞ୍ଚଳରେ ବୁଧବାର ମଧ୍ୟାହ୍ନରେ ଘଟିଥିଲା। ପ୍ରାଥମିକ ତଦନ୍ତରୁ ଶାସରୁଦ୍ଧ ହୋଇ ସେମାନେ ପ୍ରାଣ ହରାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ସେମାନଙ୍କ ଛୋଟିଆ ଘର ମଧ୍ୟରେ ଷ୍ଟୋଭ ରଖାଯାଇଥିଲା।
ବାହାରେ ଅତ୍ୟଧିକ ଶୀତ କାରଣରୁ ସେମାନେ ଘରର କବାଟ ବନ୍ଦ ରଖିଥିଲେ। ଯାହା ଫଳରେ ଷ୍ଟୋଭ ଧୂଆଁ ବାହାରକୁ ଯାଇ ପାରି ନ ଥିଲା ତଦନ୍ତରୁ ଜଣାପଡ଼ିଛି।
ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମହିଳା ଓ ୩ ଶିଶୁଙ୍କୁ ମୃତ୍ୟୁ ହୋଇସାରିଥିଲା। ଚତୁର୍ଥ ତଥା ସାନ ପୁଅକୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେଇଥିଲୁ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।