Categories: ଜାତୀୟ

ଗଣବଳାତ୍କାର ପରେ ହାତଗୋଡ଼ ବାନ୍ଧି ଫିଙ୍ଗିଦେଲେ ଛାତରୁ

ଚୁରୁ,୧୩।୨: ଚାକିରି କରାଇ ଦେବା ପ୍ରତିଶ୍ରୁତି ଦେଇ ଦିଲ୍ଲୀର ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ଗଣବଳାତ୍କାର କରି ହୋଟେଲ ଛାତରୁ ଫିଙ୍ଗିଦେବା ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ଛୁରୁ ସହରରୁ।

ପୀଡ଼ିତାଙ୍କୁ ଛୁରୁ ସହରରେ ଚାକିରି ଦେବା ପାଇଁ ୪ ଯୁବକ ଡକାଇ ଥିଲେ। ଏକ ହୋଟେଲରେ ସେମାନେ ଗଣବଳାତ୍କାର କରିବା ପରେ ପୀଡ଼ିତାଙ୍କ ହାତଗୋଡ଼ ବାନ୍ଧି ଫିଙ୍ଗି ଦେଇଥିଲେ ଛାତରୁ। ଏକ ପୋଲରେ ଦଉଡ଼ି ଅଟକି ଯିବାରୁ ତାଙ୍କ ଜୀବନ ବର୍ତ୍ତି ଯାଇଥିବା ପୋଲିସ ଅଧିକାରୀ ମମତା ସାରଶ୍ୱାତ୍‌ କହିଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲା। ପୀଡ଼ିତାଙ୍କ ଡାକ୍ତରୀ ମଇନା କରାଯିବା ସହ ଗଣବଳାତ୍କାର ମାମଲା ରୁଜୁ କରାଯାଇଛି ବୋଲି ସେ କହିଛନ୍ତି।

Share