ଆବୁଧାବି, ୨୯।୯: ଆଇପିଏଲ୍ ତ୍ରୟୋଦଶ ସଂସ୍କରଣର ୧୧ତମ ମୁକାବିଲାରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍ ଜାୟେଦ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ସନ୍ରାଇଜର୍ସ ଦଳ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଛି। ଏହି ମ୍ୟାଚ୍ ଲାଗି ଅଭିଜ୍ଞ ବ୍ୟାଟ୍ସମ୍ୟାନ କେନ୍ ଓ୍ବିଲିୟମସନ୍ଙ୍କୁ ହାଇଦ୍ରାବାଦ ଦଳରେ ସାମିଲ କରିଛି।
ଆୟାରଙ୍କ ନେତୃତ୍ୱାଧୀନ ଦିଲ୍ଲୀ ବର୍ତ୍ତମାନ ସୁଦ୍ଧା ୨ ମ୍ୟାଚ୍ରୁ ୨ ବିଜୟ ସହ ୪ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ସେହିଭଳି ହାଇଦ୍ରାବାଦ୍ ୨ଟି ମ୍ୟାଚ୍ ଖେଳିଥିବାବେଳେ ଦଳକୁ ୨ଟି ଯାକରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଡେଭିଡ୍ ଓ୍ବାର୍ନରଙ୍କ ଦଳ ବର୍ତ୍ତମାନ ସୁଦ୍ଧା ପଏଣ୍ଟ ଖାତା ଖୋଲିପାରି ନାହିଁ। ତେଣୁ ଏହି ମ୍ୟାଚ୍ରେ ଦିଲ୍ଲୀକୁ ହରାଇ କ୍ୟାପିଟାଲ୍ସ ସିଜନରେ ପ୍ରଥମ ବିଜୟ ସ୍ବାଦ ଚାଖିବା ଲକ୍ଷ୍ୟରେ ରହିଛି।