ଜଙ୍ଗଲୀ କନ୍ଦାରୁ ହୋଇପାରିବ ସୁସ୍ବାଦୁ କୁକିଜ,ନମ୍‌କିନ୍‌

କୋରାପୁଟ,୧୧ା୧୦(ଅମିତାଭ ବେହେରା): କୋରାପୁଟ ଜିଲାର ଆଦିମ ଅଧିବାସୀମାନେ ବ୍ୟବହାର କରୁଥିବା ଜଙ୍ଗଲୀ କନ୍ଦାରୁ ଗୁଣାତ୍ମକ ଓ ସୁସ୍ବାଦ କୁକିଜ୍‌ (ବିସ୍କୁଟ) ଓ ନମ୍‌କିନ୍‌ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗ ସହାୟକ ପ୍ରଫେସର ଡ.ଦେବବ୍ରତ ପଣ୍ଡା। ସେ ଦୀର୍ଘ ୧୦ ବର୍ଷ ଧରି କୋରାପୁଟ ମାଳଭୂମିର ଆଦିବାସୀମାନେ ବ୍ୟବହାର କରୁଥିବା ବିଭିନ୍ନ କନ୍ଦାକୁ ନେଇ ଗବେଷଣା କରୁଥିଲେ। ଆଦିବାସୀମାନେ ପ୍ରାୟ ୮ ପ୍ରକାର ଜଙ୍ଗଲୀ କନ୍ଦା ଯଥା କଷା କନ୍ଦା, ପିଟ୍‌ କନ୍ଦା, ଶିକା କନ୍ଦା, କୁଳିଆ କନ୍ଦା, ଚେରେଙ୍ଗା କନ୍ଦା, ସୋରନ୍ଦା କନ୍ଦା, ତାରଗାଈ କନ୍ଦା ଏବଂ ପିତାକନ୍ଦାକୁ ଖାଦ୍ୟ ଓ ଔଷଧ ରୂପେ ବ୍ୟବହାର କରୁଛନ୍ତି ବୋଲି ଡ. ପଣ୍ଡା କହିଛନ୍ତି। ଏଥିରୁ ଦୁଇଟି କନ୍ଦା କଷା କନ୍ଦା ଓ ସୋରନ୍ଦା କନ୍ଦାରୁ ସୁସ୍ବାଦ କୁକିଜ୍‌ ବିସ୍କୁଟ ଓ ନମ୍‌କିନ୍‌ ପ୍ରସ୍ତୁତ ହୋଇପାରିବ। ଏହା ଅଧିକ ପୋଷାକଯୁକ୍ତ ଓ ପୁଷ୍ଟିକର ବୋଲି ସେ ଦର୍ଶାଇଛନ୍ତି। ଏଥିରେ ଅଧିକ ପରିମାଣରେ ପ୍ରୋଟିନ, ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ରହିଛି। ଏ ସମ୍ପର୍କରେ ଫୁଡ୍‌ ଆଣ୍ଡ ହୁମାନିଟି ଜର୍ନାଲରେ ପ୍ରକାଶିତ ତାଙ୍କ ରିସର୍ଚ୍ଚ ସ୍କଲାର ଡ. ବନ୍ଦନା ପଧାନ, ମୋନାଲି ନନ୍ଦ, ଅନ୍ତର୍ଯାମୀ ସାହୁ ଓ ଡ.ଜୟନ୍ତ ନାୟକଙ୍କ ସହ ମିଶି ପ୍ରକାଶ କରିଛନ୍ତି। ଏହାର ଅଧିକ ପ୍ରଚାରପ୍ରସାର ଓ ବ୍ୟବହାର ଉପରେ ଧ୍ୟାନଦେବାକୁ ପଣ୍ଡା ଗୁରୁତ୍ୱାରୋପ କରିଛନ୍ତି। କୋରାପୁଟର କଫି,କଳାଜିରା ଧାନ, ମାଣ୍ଡିଆ ଭଳି ଏହି ଜଙ୍ଗଲୀ କନ୍ଦାର କୁକିଜ୍‌ ବିସ୍କୁଟ ଓ ନମ୍‌କିନ ପ୍ରଚାରପ୍ରସାର ହୋଇପାରିଲେ ଏହା କୋରାପୁଟକୁ ଏକ ସ୍ବତନ୍ତ୍ର ପରିଚୟ ଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ରାଜ୍ୟ ପରିଷଦ ସଦସ୍ୟ ଭାବେ ୫ଜଣ ନିର୍ବାଚିତ: ସଂଗଠନକୁ ଆହୁରି ଶକ୍ତିଶାଳୀ କରିବାକୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି,୨।୪(ଅରୁଣ ସାହୁ): ଭାଜପାର ରାଜ୍ୟ ପରିଷଦ ସଦସ୍ୟ ଭାବେ ଜିଲ୍ଲାରୁ ୫ଜଣ ନିର୍ବାଚିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜିଉଦୟଗିରି ନିର୍ବାଚନମଣ୍ଡଳୀରୁ ଦୁଇଜଣ ପରିଷଦ ସଦସ୍ୟ ନିର୍ବାଚିତ...

ରାଜ୍ୟସ୍ତରୀୟ ଅସ୍ମିତା ହକି ପ୍ରତିଯୋଗିତାରେ ଦେବଗଡ ଦଳର ସଫଳତା: ଖେଳାଳିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଦେବଗଡ,୨।୪(ଶଶାଙ୍କ ଶେଖର ଝାଙ୍କର):ରାଉରକେଲାସ୍ଥିତ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମ ଠାରେ ଗତ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟ ସ୍ତରୀୟ ଅସ୍ମିତା ହକି ପ୍ରତିଯୋଗୀତାରେ...

ବାଇକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ: ଜଣେ ଆହତ

ଦେବଗଡ,୨।୪(ଶଶାଙ୍କ ଶେଖର ଝାଙ୍କର):ବାରକୋଟ ଥାନା ବିଦେଇବଡକୁଦର ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ...

ପ୍ରଭୁ ଆନନ୍ଦେସ୍ବର, ମା’ ରୁଦ୍ରକାଳୀଙ୍କ ଦଣ୍ଡ ଯାତ୍ରା ଆରମ୍ଭ: ଭକ୍ତଙ୍କ ପ୍ରବଳ ଭିଡ଼

ଜି.ଉଦୟଗିରି,୨।୪(ଶିଶିର ପଟ୍ଟନାୟକ):ଜି. ଉଦୟଗିରି ସହରରେ ମା’ ରୁଦ୍ରକାଳୀଙ୍କ ୧୩ ଦିନିଆ ଦଣ୍ଡ ଯାତ୍ରା ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଆରମ୍ଭ ହୋଇଛି । ପ୍ରଥମେ ପାଟଭୁକ୍ତା ଶରଣ...

ଓଡ଼ିଆ ଭାଷା-ସଂସ୍କୃତି ହେଉଛି ଆମର ସ୍ବତନ୍ତ୍ର ପରିଚୟ

ରାଇକିଆ, ୨।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ନାଗରିକ ମଞ୍ଚ ତରଫରୁ ଓଡ଼ିଶା ଦିବସ ପାଳନ ହୋଇଯାଇଛି । ସଭାପତି ଦୁର୍ଯ୍ୟୋଧନ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ଭଡ଼ା ଘରେ ଚାଲିଥିଲା ସେକ୍ସ ର଼୍ୟାକେଟ୍‌: ମାଡ଼ବସିଲା ପୋଲିସ

ରାଉରକେଲା,୨।୪(ଦିନେଶ ମିଶ୍ର):ରାଉରକେଲା ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ଭଡ଼ାଘରେ ଚାଲିଥିବା ସେକ୍ସ ର଼୍ୟାକେଟ୍‌କୁ ପୋଲିସ ମଙ୍ଗଳବାର ଠାବ କରିଛି। ଏହି ଘଟଣାରେ...

କେନାଲକୁ ଖସିଲା କାର୍‌: କଟକ ବିଜେଡି ଉପସଭାପତି ମୃତ

ମାଣିଆବନ୍ଧ,୨।୪ (ଅଖିଳ କୁମାର ସାହୁ):କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆସ୍ଥିତ ରେଙ୍ଗାଲି ଦକ୍ଷିଣ କେନାଲରେ ସୋମବାର ସନ୍ଧ୍ୟାରେ ଏକ କାର୍‌ କେନାଲ ଭିତରକୁ ଖସିପଡ଼ିଛି।...

ଅବସର ନେଲେ ଗଞ୍ଜାମ ସିଡିଏମଓ

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ଅଧିକାରୀ (ସିଡିଏମଓ) ବିଜୟ କୁମାର ପଣ୍ଡା ଗତ ୩୧ ତାରିଖରେ ଚାକିରିରୁ ଅବସର ନେଇଛନ୍ତି। ଏନେଇ ବ୍ରହ୍ମପୁରସ୍ଥିତ ତାଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image