Advertisement

ଅନ୍‌ଲାଇନ ସାମଗ୍ରୀ ଆତ୍ମସାତ୍‌ କରି ବନ୍ଧାହେଲେ ଡେଲିଭରି ବୟ

ଆଳି,୧୬ା୧୨ (ଡି.ଏନ.ଏ.): ଅନ୍‌ଲାଇନରେ ସାମଗ୍ରୀ ମଗାଇ ତାହାକୁ ଆତ୍ମସାତ କରିବା ଘଟଣାରେ ଆଳି ଥାନା ପୋଲିସ ଜଣେ ଡେଲିଭରି ବୟକୁ ଗିରଫ କରିିଛି। ପୋଲିସ ସୂଚନା ମୁତାବକ, ଆଳି ରାଜବାଟୀ ରୋଡ଼ରେ ଥିବା ଇ-କମ ଏକ୍ସପ୍ରେସ ନାମକ ଏକ ସଂସ୍ଥାର ଶାଖା କାର୍ଯ୍ୟାଳୟ ସୁପରଭାଇଜର ପ୍ରିୟବ୍ରତ ବିଶ୍ୱାଳ ଆଳି ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ସଂସ୍ଥାରେ ସିଙ୍ଗିରି ଗଁାର ଦୀପକ ମଲ୍ଲିକ ଡେଲିଭରି ବୟ ଭାବେ କାର୍ଯ୍ୟ କରିଥାନ୍ତି। ଦୀପକ କୋଡ଼ ନଂ. (ଡିପି ୭୦୯୮୭) ଚଞ୍ଚକତା କରି କୋରିୟର ଆସୁଥିବା ମୋବାଇଲ, ବ୍ଲୁ ଟୁଥ୍‌ ଆଦିକୁ ସେ ଆତ୍ମସାତ କରିଛନ୍ତି। କିଛିଦିନ ହେବ ସେ ନିଜ ନାମକୁ ଅଶୋକ ମଲ୍ଲିକ ଦର୍ଶାଇ ଓ ଠିକଣା ବଦଳାଇ ଇ-କମ ଏକ୍ସପ୍ରେସରୁ ବିଭିନ୍ନ ସାମଗ୍ରୀ ମଗାଉଥିଲେ। ଏହି ପ୍ୟାକେଟ ପହଞ୍ଚତ୍ବା ପରେ ସେଥିରୁ ଅସଲି ସାମଗ୍ରୀ କାଢି ଅଦରକାରୀ ସାମଗ୍ରୀ ଭର୍ତ୍ତି କରି ଭୁଲ ଠିକଣା ଦର୍ଶାଇ ରିଟର୍ଣ୍ଣ ମାଗୁଥିଲେ। ବାରମ୍ବାର କମ୍ପାନୀକୁ ଭୁଆଁ ବୁଲାଉଥିବା ଦୀପକ ୧୦ଦିନ ତଳେ ‘ପୋକୋ ଏକ୍ସ୪ ପ୍ରୋ’ ମୋବାଇଲ ଅର୍ଡର କରିଥିବା ବେଳେ ମୋବାଇଲ ଆସି ପହଞ୍ଚତ୍ବା ପରେ ଏହାର ସିଲ ଖୋଲି ସେଥିରେ ଲୁହା ରଡ଼ ପୂରାଇ ଅର୍ଡର କରିଥିବା ବ୍ୟକ୍ତି ଉପସ୍ଥିତ ନ ଥିବା ଦର୍ଶାଇ କମ୍ପାନୀକୁ ଏହି ପ୍ୟାକେଟ ରିଟର୍ଣ୍ଣ କରିଥିଲେ। ତେବେ କମ୍ପାନୀର ହାଇଦ୍ରାବାଦ ମୁଖ୍ୟ କାର୍ଯ୍ୟାଳୟରେ ଏହି ପ୍ୟାକେଟ ପହଞ୍ଚତ୍ବା ପରେ ଏହି ପ୍ୟାକେଟ ସ୍କାନିଂ ସମୟରେ ଏଥିରେ ଲୁହା ରଡ଼ ପଶିଥିବା ଜାଣିବାକୁ ପାଇଥିଲେ ଇ-କମ ଏକ୍ସପର୍ଟ କମ୍ପାନୀର କର୍ମଚାରୀ ଏହି ଆଧାରରେ କମ୍ପାନୀର ନିର୍ଦ୍ଦେଶ ଅନୁଯାୟୀ ଆଳି ଇ-କମ ଏକ୍ସପର୍ଟ ମ୍ୟାନେଜର ପ୍ରିୟବ୍ରତ ବିଶ୍ୱାଳ ବୁଧବାର ସାରେ ଦୀପକଙ୍କ ନଁାରେ ଲିଖିତ ଏତଲା ଦେଇଥିଲେ। ପରେ ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଦୀପକ ହିଁ ନାମ ବଦଳାଇ ଦୀର୍ଘଦିନ ଧରି କମ୍ପାନୀକୁ ଭୂଆଁ ବୁଲାଇ ଆସୁଥିବା ଜାଣିବାକୁ ପାଇଥିଲେ। ଏହି ଅଭିଯୋଗକ୍ରମେ ଆଳି ପୋଲିସ ନଂ. ୫୦୧/୨୨ରେ ମାମଲା ରୁଜୁ କରି ଦୀପକକୁ ଗିରଫ କରିଛି। ଦୀପକ ନିକଟରୁ ମୋବାଇଲ ଓ ୩ ଟି ବ୍ଲୁ ଟୁଥ ଜବତ କରାଯାଇଥିବା ଆଇଆଇସି ଦିଲୀପ ସାହୁ ସୂଚନା ଦେଇଛନ୍ତ। ଅପରପକ୍ଷରେ ଦୀପକ କମ୍ପାନୀର ଅନ୍ୟ କର୍ମଚାରୀ ମଧ୍ୟ ଏଭଳି ଘଟଣା ଘଟାଉଥିବା ନେଇ ସେ ମୁହଁ ଖୋଲିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share