Categories: ବାଣିଜ୍ୟ

ହୋଣ୍ଡା ସାଇନ୍‌ ୧୦୦ ସିସିର ଡେଲିଭରି

ନୂଆଦିଲ୍ଲୀ,୧୬।୫: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ହୋଣ୍ଡା ସାଇନ୍‌ ୧୦୦ ସିସିର ଗ୍ରାହକ ଡେଲିଭରି କାର୍ଯ୍ୟକ୍ରମର ଶୁଭାରମ୍ଭ ସମ୍ପକର୍ର୍ରେ ଘୋଷଣା କରାଯାଇଛି। କର୍ନାଟକର ନର୍ସାପୁରାଠାରେ ଥିବା କମ୍ପାନୀର ୩ୟ କାରଖାନାରୁ ହୋଣ୍ଡା ସାଇନ୍‌ ୧୦୦ ସିସିର ପ୍ରେରଣ ଆରମ୍ଭ କରାଯାଇଛି। କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା, ଯେଉଁଥିରେ କମ୍ପାନୀର ସଭାପତି, ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ସୁସୁମୁ ଓଟାନି, ବରିଷ୍ଠ ନିର୍ଦ୍ଦେଶକ (ମାନବ ସମ୍ବଳ ଓ ପ୍ରଶାସନ) ବିଜୟ ଧିଙ୍ଗରା, ନିର୍ଦ୍ଦେଶକ (ଉପତ୍ାଦନ) ନବୀନ ଅୱଲ ଓ ଏଚ୍‌ଏମ୍‌ଏସ୍‌ଆଇର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ୨୦୨୩ ମାର୍ଚ୍ଚରେ କମ୍ପାନୀ ପକ୍ଷରୁ ଓବିଡି-୨ ନିୟମ ପାଳନ କରୁଥିବା ୧୦୦ ସିସି ହୋଣ୍ଡା ସାଇନ୍‌କୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରାଯାଇଥିଲା, ଯେଉଁଥିରେ ଇଏସ୍‌ପି ଇଞ୍ଜିନର ଶକ୍ତି ଏବଂ ୧୨ ନୂଆ ପେଣ୍ଟେଟ୍‌କୁ ବ୍ୟବହାର କରିଛି।

Share