Categories: ଜାତୀୟ

୧୯୮୪ ଦଙ୍ଗାକୁ କେହି ଭୁଲି ପାରିବେ ନାହିଁ, ମୋଦି ସରକାର ଆସିବା ପରେ ପୀଡ଼ିତଙ୍କୁ ମିଳିଲା ନ୍ୟାୟ: ଶାହା

ନୂଆଦିଲ୍ଲୀ,୧୩।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ୧୯୮୪ ଦଙ୍ଗାକୁ କେହି କେବେ ଭୁଲି ପାରିବେ ନାହିଁ। ଶିଖ ବିରୋଧୀ ଦଙ୍ଗାର ପୀଡିତମାନେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ହିଁ ନ୍ୟାୟ ପାଇବା ଆରମ୍ଭ କରିଥିଲେ। ଦଙ୍ଗା ସହ ଜଡିତ ୩୦୦ ମାମଲା ପୁନଃ ଖୋଲାଯାଇ ପ୍ରତ୍ୟେକ ପୀଡିତଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।

ଶୁକ୍ରବାର ଅମିତ ଶାହା ଶୁକ୍ରବାର ଦିଲ୍ଲୀ ଶିଖ ଗୁରୁଦ୍ୱାର ପ୍ରବନ୍ଧନ ସମିତିର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜନତାଙ୍କୁ ସମ୍ବୋଧିତ କରିବା ସମୟରେ ଏହା କହିଛନ୍ତି।

ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ୧୯୮୪ଦଙ୍ଗାକୁ କେହି ଭୁଲି ପାରିବେ ନାହିଁ। ମୋଦି ସରକାର କ୍ଷମତାକୁ ଆସିବା ପର୍ଯ୍ୟନ୍ତ କାହାକୁ ଦଣ୍ଡ ଦିଆଯାଇ ନାହିଁ। ଅନେକ ତଦନ୍ତ କମିଶନ ମଧ୍ୟ ଗଠନ କରାଯାଇଥିଲା, କିନ୍ତୁ କୌଣସି ଫଳାଫଳ ମିଳିଲା ନାହିଁ, କିନ୍ତୁ ଯେତେବେଳେ ମୋଦି ସରକାର କ୍ଷମତାକୁ ଆସିଲେ, ଏହା ଏସଆଇଟି ଗଠନ କଲା ଏବଂ ୩୦୦ ମାମଲା ପୁନଃ ଖୋଲାଗଲା।

ଅମିତ ଶାହା କହିଛନ୍ତି ଯେ ଏହି ଦଙ୍ଗାରେ ଦୋଷୀ ଥିବା ଲୋକଙ୍କୁ ଜେଲ ପଠାଇବା ମୋଦି ସରକାର ଆରମ୍ଭ କରିଛନ୍ତି। ଏହା ସହିତ ୩,୩୨୮ ପୀଡିତଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି।

Share