Categories: ଜାତୀୟ

ଉଡ଼ନ୍ତା ବିମାନରେ ପ୍ରସବ

ନୂଆଦିଲ୍ଲୀ,୧୮।୩: ବେଙ୍ଗାଲୁରୁରୁ ଜୟପୁର ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୁଧବାର ସକାଳେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ୬ଇ ୪୬୯ ବିମାନଟି ଆକାଶରେ ଉଡ଼ୁଥିବାବେଳେ ଏହାର କର୍ମଚାରୀମାନଙ୍କ ସହାୟତାରେ ଶିଶୁଟିକୁ ପ୍ରସବ କରାଯାଇଥିଲା। ବିମାନରେ ଯାତ୍ରା କରୁଥିବା ସୁବାହାନା ନାଜିର ନାମକ ଡାକ୍ତର ଏଥିରେ ସହାୟତା କରିଥିଲେ ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ଜୟପୁର ବିମାନବନ୍ଦରକୁ ଏ ସମ୍ପର୍କରେ ତୁରନ୍ତ ଜଣାଇ ଦିଆଯିବା ସହ ଡାକ୍ତର ଓ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଉଭୟ ମାଆ ଝିଅଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ବିମାନଟି ସକାଳ ୫ଟା ୪୫ରେ ବେଙ୍ଗାଲୁରୁ ଛାଡ଼ି ୮ଟାରେ ଜୟପୁରରେ ପହଞ୍ଚତ୍ଥିଲା।

Share