ନୂଆଦିଲ୍ଲୀ,୨ ।୭: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଥରହର କରୁଥିବା ବେଳେ ଦିନକୁ ଦିନ ଏହାର ନୂଆ ଭାରିଏଣ୍ଟ ବିଶ୍ୱବାସୀଙ୍କ ନିଦ ହଜାଇ ସାରିଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ହୋଇଥିବା ଖବରଦାତା ସମ୍ମିଳନୀରେ ନିତି ଆୟୋଗର ସଦସ୍ୟ(ସ୍ୱାସ୍ଥ୍ୟ) ଡାକ୍ତର ବିକେ ପଲ ସାମିଲ ହୋଇଥିଲେ । ସେଠାରେ ସେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୂଚନା ଦେଇଛନ୍ତି କି ଏବେସୁଦ୍ଧା ଦେଶର ପ୍ରାୟ ୧୨ ରାଜ୍ୟରେ କରୋନା ଭାଇରସର ଡେଲ୍ଟା ପ୍ଲସ ଭାରିଏଣ୍ଟରେ ୫୬ ଜଣ ସଂକ୍ରମିତ ହୋଇ ସାରିଲେଣି । ତେବେ ଏହି ଭାରିଏଣ୍ଟ ପାଇଁ ଜନସନ ଆଣିଥିବା ଭ୍ୟାକ୍ସିନ ଭଲ କାମ କରିବା କୁହାଯାଉଥିବା ବେଳେ ଏ ନେଇ କଥାବାର୍ତ୍ତା ଚାଲିଥିବା ସେ କହିଛନ୍ତି । ଏହାସହ ଯୋଜନା ଅନୁଯାୟୀ ଏହି ଭ୍ୟାକ୍ସିନର ଉତ୍ପାଦନ ହାଇଦ୍ରାବାଦ ସ୍ଥିତ ବାୟୋଲଜିକାଲ ଇ ରେ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।