ଉତ୍ତର ପ୍ରଦେଶରେ ଡେଲ୍ଟା ପ୍ଲସ ଭାରିଏଣ୍ଟ

ଲକ୍ଷ୍ନୌ,୮ ।୭: ବେଳକୁ ବେଳ କାୟା ବିସ୍ତାର କଲାଣି କରୋନାର ଡେଲ୍ଟା ପ୍ଲସ ଭାରିଏଣ୍ଟ । ବୁଧବାର ଉତ୍ତର ପ୍ରଶେର ଦୁଇଟି ଜିଲାରେ ଦୁଇଜଣ ଡେଲ୍ଟା ପ୍ଲସ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏହା ଅନ୍ୟମାନଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ମୁଖ୍ୟ ସଚିବ(ଚିକିତ୍ସା ଏବଂ ସ୍ୱାସ୍ଥ୍ୟ) ଅମିତ ମୋହନ ପ୍ରସାଦ ଡେଲ୍ଟା ପ୍ଲସ ରୋଗୀ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି । ଏହି ଦୁଇଜଣ ସଂକ୍ରମିତ ଗୋରଖପୁର ଓ ଦେବରିୟାର ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତୁ ହୋଇ ସାରିଲାଣି । ଗୋରଖପୁରର ଜଣେ ଏମ୍‌ବିବିଏସ୍ ଛାତ୍ର ବି ଡେଲ୍ଟା ପ୍ଲସ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ବୋଲି କୁହାଯାଉଛି । ଉକ୍ତ ଛାତ୍ର ଜଣକ ପ୍ରଥମେ କରୋନାରେ ପୀଡିତ ହୋଇଥିବା ବେଳେ ଏବେ ସେ ଡେଲ୍ଟା ପ୍ଲସ ଦ୍ୱାରା ଆକ୍ରାନ୍ତ । ହେଲେ ତାଙ୍କ ସ୍‌ାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ସେହିପରି ଦେବରିୟା ଜିଲାର ଜଣେ ୬୬ ବର୍ଷ ବୟସ୍କ ବ୍ୟକ୍ତି ମେ’୧୭ରେ କରୋନା ପଜିଟିଭ ହୋଇଯାଇଥିଲେ । ଏହାପରେ ତାଙ୍କର ଚିକିତ୍ସା ଏକ ଘରୋଇ ହସ୍ପିଟାଲରେ କରାଯାଉଥିଲା । ପରେ ସେ ଡେଲ୍ଟା ପ୍ଲସରେ ସଂକ୍ରମିତ ହେବା ଜଣାପଡିଥିବା ବେଳେ ଇତିମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ମୃତ୍ୟୁ ପୂର୍ବରୁ ତାଙ୍କ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏବେ ଜଣାପଡିଛି କି ସେ ଡେଲ୍ଟା ପ୍ଲସ ଦ୍ୱାରା ସଂକ୍ରମିତ ଥିଲେ ।

Share