ଡେଲ୍ଟା ଭାରିଏଣ୍ଟ କବଳରେ ଚାଇନା

ବେଜିଂ,୩୧ ।୭: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଏହି ମହାମାରୀ ଏବେ ସୁଦ୍ଧା କୋଟି କୋଟି ଲୋକଙ୍କ ଜୀବନ ନେଇ ସାରିଲାଣି । ବେଳକୁ ବେଳ ଏହାର ନୂଆ ଭାରିଏଣ୍ଟ ବିଶେଷଜ୍ଞଙ୍କ ଚିନ୍ତାର କାରଣ ପାଲଟି ଯାଇଛି । ଏବେ ଦେଖାଯାଇଥିବା ଡେଲ୍ଟା ଭାରିଏଣ୍ଟ ବହୁ ମାରାତ୍ମକ ବୋଲି କୁହାଯାଉଛି । ଏହା ଖୁବ୍ ଶୀଘ୍ର ବ୍ୟାପୁଥିବା ସହ ଲକ୍ଷଣ ନ ଥିବା ବୋଲି ବିଶେଷଜ୍ଞ କହୁଛନ୍ତି । ଏହି ଡେଲ୍ଟା ଭାରିଏଣ୍ଟ ଏବେ ଚାଇନାରେ ଆତଙ୍କ ଖେଳାଇଲାଣି । ଚାଇନାର ନ୍ୟାଶନାଲ ହେଲ୍‌ଥ କମିଶନ କହିଛନ୍ତି ଗତ ୨୪ ଘଣ୍ଟା ମଧ୍ୟରେ ଚାଇନାରେ ୬୪ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଗୋଟିଏ ଦିନ ପୂର୍ବରୁ ୪୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏହା ବେଳକୁ ବେଳ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରି ଦିଆଯାଇଛି । ସୂଚନାଯୋଗ୍ୟ, ଏବେ ଡେଲ୍ଟା ଓ ଡେଲ୍ଟା ପ୍ଲସ ଭାରିଏଣ୍ଟର ଅଧିକାଂଶ ସଂକ୍ରମିତ ଆମେରିକା ଓ ଭାରତରେ ଦେଖା ଦେଇଛନ୍ତି ।

Share