ଡେଲ୍ଟା ଭାରିଆଣ୍ଟ୍‌ ଅଧିକ ଭୟଙ୍କର: ଏହା ଯୋଗୁ କମୁଛି ଶ୍ରବଣ ଶକ୍ତି, ବଢୁଛି ଅବସାଦ…

ଚେନ୍ନାଇ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଭାରତରେ ଦେଖାଦେଇଥିବା ଡେଲ୍ଟା ଭାରିଆଣ୍ଟ୍‌ ଇତିମଧ୍ୟରେ ପୃଥିବୀର ୬୦ ଦେଶକୁ ବ୍ୟାପିଛି। ଡେଲ୍ଟା(ବି-୧-୬୧୭-୨) ଭାରିଆଣ୍ଟ୍‌ ଯୋଗୁ ଆକ୍ରାନ୍ତଙ୍କ ଶ୍ରବଣ ଶକ୍ତି କମିବା ସହିତ ଅବସାଦ ବଢୁଛି। ଅନ୍ୟ ଭାରିଆଣ୍ଟ୍‌ ତୁଳନାରେ ଡେଲ୍ଟା ଅଧିକ ଭୟଙ୍କର। ଏହା ସହିତ ଆକ୍ରାନ୍ତଙ୍କଠାରେ ଗ୍ୟାସ୍‌ ସମସ୍ୟା, ବ୍ଲଡ୍‌ କ୍ଲଟିଂ ଆଦି ସମସ୍ୟା ଦେଖାଯାଉଛି। କେତେକଙ୍କ କ୍ଷେତ୍ରରେ ଡାଇରିଆ ଏବଂ ବାନ୍ତି ମଧ୍ୟ ହେଉଛି ବୋଲି ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲର ସଂକ୍ରମଣ ରୋଗ ବିଶେଷଜ୍ଞ ଅବ୍‌ଦୁଲ୍‌ ଗଫୁର ସୂଚନା ଦେଇଛନ୍ତି। ଇଂଲଣ୍ଡ ଏବଂ ସ୍କଟ୍‌ଲାଣ୍ଡ୍‌ରେ ଡେଲ୍ଟା ଭାରିଆଣ୍ଟ୍‌ ଯୋଗୁ ବହୁ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି। ସେହିପରି ଆମେରିକା ଏବଂ ଅଷ୍ଟ୍ରଲିଆରେ ଅନ୍ୟ ଭାରିଆଣ୍ଟ୍‌ ତୁଳନାରେ ଡେଲ୍ଟା ଭାରିଆଣ୍ଟ୍‌ ଭାକ୍ସିନ୍‌ର ପ୍ରଭାବକୁ ହ୍ରାସ କରିଥିବାର କେତେକ ଘଟଣା ଦୃଷ୍ଟିକୁ ଆସିଛି। ଭାରତରେ ଡେଲ୍ଟା ଭାରିଆଣ୍ଟ୍‌ ତାଣ୍ଡବ ରଚିଥିବା ସିଡ୍‌ନୀର ନ୍ୟୁ ସାଉଥ୍‌ ଓ୍ବେଲସ୍‌ ବିଶ୍ୱବିଦ୍ୟାଳୟର ଗ୍ଲୋବାଲ ବାୟୋସିକ୍ୟୁରିଟି ପ୍ରଫେସର ରାଇନା ମ୍ୟାକଲନ୍‌ଟାୟର ସୂଚନା ଦେଇଛନ୍ତି। ଏହି ଭାରିଆଣ୍ଟ୍‌ ଛୋଟ ପିଲାଙ୍କଠାରେ ଅଧିକ ଗୁରୁତର ସଂକ୍ରମଣ ସୃଷ୍ଟି କରିବାର ଆଶଙ୍କା ରହିଥିବା ସେ କହିଛନ୍ତି।

Share