Advertisement

ରିଲିଜ୍‌ ପୂର୍ବରୁ ବୟକଟ୍‌ ଦାବି

ଅଭିନେତା ପ୍ରଭାସ ଏବଂ ସୈଫ ଅଲି ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ରିଲିଜ୍‌ ପୂର୍ବରୁ ବିବାଦ ଘେରକୁ ଆସିଛି। ବର୍ତ୍ତମାନ #ବୟକଟ୍‌ଆଦିପୁରୁଷ ଟୁଇଟ୍‌ରରେ ଟ୍ରେଣ୍ଡ କରୁଛି। ଫିଲ୍ମର ଟିଜର ସୋମବାର ରିଲିଜ୍‌ ହୋଇଥିଲା। ଯାହାକୁ ଦେଖିବା ପରେ ୟୁଜର୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନେକ ଲୋକ ଆଦିପୁରୁଷକୁ ରାମାୟଣ ଏବଂ ଭାରତୀୟ ସଂସ୍କୃତି ପାଇଁ ଅପମାନ ବୋଲି କହିଛନ୍ତି। ଏହାସହ ରାବଣଙ୍କ ଭୂମିକାରେ ଅଭିନୟ କରିଥିବା ସୈଫଙ୍କ ଲୁକ୍‌କୁ ନେଇ ୟୁଜର୍ସ ଟ୍ରୋଲ କରିଛନ୍ତି। ଆସନ୍ତା ବର୍ଷ ଜାନୁୟାରୀ ୧୨ ତାରିଖରେ ପ୍ରେକ୍ଷାଳୟକୁ ଆସିବ ଆଦିପୁରୁଷ। ଓମ୍‌ ରାଉତ ନିର୍ଦ୍ଦେଶିତ ଫିଲ୍ମଟି ହିନ୍ଦୀ ଏବଂ ତେଲୁଗୁ ଭାଷାରେ ଏକକାଳୀନ ଶୁଟିଂ କରାଯାଇଛି। ଫିଲ୍ମ ‘ଆଦିପୁରୁଷ’ ପୌରାଣିକ ନାଟକ ଉପରେ ଆଧାରିତ। ଯେଉଁଥିରେ ପ୍ରଭାସ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ନଜର ଆସିବେ। ପ୍ରଭାସଙ୍କ ବ୍ୟତିତ ଫିଲ୍ମରେ କ୍ରିତି ସାନନ ଏବଂ ସନ୍ନି ସିଂ ମୁଖ୍ୟ ଭୂମିକାରେ ଅଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share