ରିଲିଜ୍‌ ପୂର୍ବରୁ ବୟକଟ୍‌ ଦାବି

ବଲିଉଡ୍‌ ଅଭିନେତା ଅମିର ଖାନ୍‌ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ସହ ପ୍ରାୟ ୪ ବର୍ଷ ପରେ ସିନେମା ଜଗତକୁ ଫେରୁଛନ୍ତି। ଏହି ଫିଲ୍ମଟି ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି। ହେଲେ ଫିଲ୍ମଟି ରିଲିଜ୍‌ ପୂର୍ବରୁ ବୟକଟ୍‌ ଦାବି କରୁଛି। ସୋସିଆଲ ମିଡ଼ିଆରେ #boycottlaalsinghchaddha ଟ୍ରେଣ୍ଡ କରୁଛି। ଯାହାକୁ ନେଇ ଅମିର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ହଁ ମୁଁ ଦୁଃଖ ଅନୁଭବ କରୁଛି। ଏଥିସହ ମୁଁ ଦୁଃଖିତ ଯେ, କିଛି ଲୋକ ବିଶ୍ୱାସ କରନ୍ତି ମୁଁ ଜଣେ ଯିଏ ଭାରତକୁ ପସନ୍ଦ କରେ ନାହିଁ। କିନ୍ତୁ ଏହା ଅସତ୍ୟ ଅଟେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦୟାକରି ମୋ ଫିଲ୍ମକୁ ବୟକଟ୍‌ କରନ୍ତୁ ନାହିଁ। ଦୟାକରି ମୋ ଫିଲ୍ମ ଦେଖନ୍ତୁ।
ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ ଟମ ହ୍ୟାଙ୍କ୍‌ଙ୍କ ଅଭିନୀତ ହଲିଉଡ ଫିଲ୍ମ ଫରେଷ୍ଟ ଗୁମ୍ପର ଏହା ହେଉଛି ହିନ୍ଦୀ ରିମେକ୍‌। ଯାହାକୁ ଅଦୈତ ଚନ୍ଦନ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ ଅମିରଙ୍କ ସହ କରୀନା କପୁର ଖାନ୍‌ ନଜର ଆସିବେ।

Share