ପୌରାଧ୍ୟକ୍ଷାଙ୍କ ଗିରଫ ଦାବି ତେଜିଲା

ଯାଜପୁର ଅଫିସ,୧୮ା୧୧: ଯାଜପୁର ଜିଲା ବ୍ୟାସନଗର ପୌରପରିଷଦର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଏପରିକି ପୌରାଧ୍ୟକ୍ଷା ପିଙ୍ଗୁଆଙ୍କୁ ଗିରଫ ଏବଂ ଜିଲାପାଳ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ବ୍ୟାସନଗର ବ୍ୟାସଦେବ ମଣ୍ଡଳ ପକ୍ଷରୁ ଏହି ମର୍ମରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଓ ଯାଜପୁର ରୋଡ ଆଇଆଇସିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ରରେ ଦର୍ଶାଯାଇଛି, ପୌରାଧ୍ୟକ୍ଷା ପିଙ୍ଗୁଆ ବିଭିନ୍ନ ଯୋଜନା ପାଇଁ ପିସି ନେବା ରାସ୍ତାରେ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ବାଧକ ସାଜିଥିଲେ। ତେଣୁ ନିର୍ବାହୀ ଅଧିକାରୀ ରାଉତଙ୍କୁ ହଟାଇବାକୁ ବିଭିନ୍ନ ସମୟରେ ଗାଳିଗୁଲଜ କରିବା ସହ ଶେଷରେ ପିତୃତୁଲ୍ୟ ବୟସର ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀଙ୍କ ଉପରକୁ ଫାଇଲ ଫୋପାଡ଼ିବା ଏକ ଦଣ୍ଡନୀୟ ଅପରାଧ। ତେଣୁ ଅଧିକାରୀ ରାଉତ ଦେଇଥିବା ଏତଲାକୁ କାର୍ଯ୍ୟକାରୀ କରାଯାଇ ପୌରାଧ୍ୟକ୍ଷା ପିଙ୍ଗୁଆଙ୍କୁ ଗିରଫ କରାଯାଉ ବୋଲି ଦର୍ଶାଯାଇଛି। ଏହି ଦାବିପତ୍ରରେ ବ୍ୟାସଦେବ ମଣ୍ଡଳର ସଭାପତି ଅଚ୍ୟୁତାନନ୍ଦ ଦାଶ, ରାଜ୍ୟ ମହିଳା ମୋର୍ଚ୍ଚାର ସମ୍ପାଦିକା ଇତିଶ୍ରୀ ଜେନା, ଚନ୍ଦ୍ରଶେଖର ପଣ୍ଡା, ଗଣେଶ ମାଝି, ନିରଞ୍ଜନ ଘଡେଇ, ଗୋପାଳକୃଷ୍ଣ ପାଢୀ, ପ୍ରଶାନ୍ତ ବୋଇତେଇ, ଦେବାଶିଷ ପାଣିଗ୍ରାହୀ, ସଞ୍ଜୟ ବାରିକ ପ୍ରମୁଖଙ୍କ ଦସ୍ତଖତ ରହିଛି।
ସେହିପରି କୋରାଇ ସଂଗ୍ରାମ ସମିତିର ସଭାପତି ବିଦ୍ୟାଧର ମହାନ୍ତି ଏକ ବିଜ୍ଞପ୍ତିରେ କହିଛନ୍ତି, ପୌରାଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବିବାଦର ଉଚ୍ଚସ୍ତରୀୟ ତଦନ୍ତ ନ କରି ନିର୍ବାହୀ ଅଧିକାରୀଙ୍କୁ ରାତିଅଧିଆ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କୌଣସି ନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ନ ଦେବା ବ୍ୟାସନଗରବାସୀଙ୍କ ପ୍ରତି ଉପହାସ। ସହରବାସୀ ଯେଉଁ ଆଶା ଓ ବିଶ୍ୱାସ ରଖି ପ୍ରତ୍ୟକ୍ଷ ନିର୍ବାଚନରେ ବିଜେଡିର ସଙ୍ଗୀତା ପିଙ୍ଗୁଆଙ୍କୁ ପୌରାଧ୍ୟକ୍ଷା ଭାବେ ନିର୍ବାଚିତ କରିଥିଲେ ତାର ବ୍ୟତିକ୍ରମ ଦେଖାଦେଇଛି। ୮ ମାସ ମଧ୍ୟରେ ବିକାଶ ପରିବର୍ତ୍ତେ ଦୁର୍ନୀତି ଉଦ୍ଦେଶ୍ୟ ରଖି ସେ ଭୁଲ କରି ଚାଲିଛନ୍ତି। ମୋବାଇଲ ଟାୱାର ସ୍ଥାପନ ଏକ ବାହାନା। ବାଓମେଟ୍ରିକ ବ୍ୟବସ୍ଥା ଲାଗୁ ହେବା ଓ ସଫେଇ କାର୍ଯ୍ୟରେ ମାସିକିଆ ବଟି ନ ପାଇବା ଦ୍ୱାରା ଏଭଳି ବିବାଦ ଆରମ୍ଭ ହୋଇଥିବା ଜଣାପଡୁଛି । ବ୍ୟାସନଗର ଭଳି ଏକ ଭାଇଚାରା ସହରରେ ଜଣେ ପୌରାଧ୍ୟକ୍ଷାଙ୍କ ଦ୍ୱାରା ଜଣେ ଅଧିକାରୀଙ୍କ ପ୍ରତି ଏଭଳି ବ୍ୟବହାର ସମସ୍ତଙ୍କୁ ବ୍ୟଥିତ କରିଛି ା ଅଧିକାରୀ ଦୁର୍ନୀତି କରି ରାତି ଅଧିଆ ବଦଳି ହେଲେ ନା ଦୁର୍ନୀତିକୁ ପ୍ରଶ୍ରୟ ନ ଦେବାରୁ ନେତାଙ୍କ ପ୍ରରୋଚନାରେ ତାଙ୍କୁ ଅନ୍ୟତ୍ର ବଦଳି କରାଗଲା ତା’ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି। ତେଣୁ ଜିଲାପାଳ ଯାଜପୁର ପୌରାଧ୍ୟକ୍ଷାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
ସହରର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପୌର ପରିଷଦର ନିଜସ୍ବ ବ୍ୟବସ୍ଥା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ସହର ଉପକଣ୍ଠ ବ୍ୟାସସରୋବର ନିକଟରେ ଆବର୍ଜନା ଗଦା କରାଯାଇ ପରିବେଶକୁ ଆହୁରି ଦୂଷିତ କରାଯାଇଛି । ବହୁ ଉଦ୍ୟମ ପରେ ବ୍ୟାସ ସରୋବର ରେଳଲାଇନ କଡରେ ସମ୍ପଦ କେନ୍ଦ୍ର ନିର୍ମାଣ କରାଯାଇଥିଲେ ହେଁ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା ହୋଇ ପାରୁନାହିଁ। ବିଭିନ୍ନ ସ୍ଥାନରେ ବର୍ଜ୍ୟବସ୍ତୁକୁ ପୋଡାଯାଇ ପରିବେଶକୁ ଦୂଷିତ କରୁଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ପୌର ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ କାଉନସିଲର ବୃନ୍ଦ ବର୍ଜ୍ୟବସ୍ତୁ ପରିଚାଳନାରେ ଦେଖାଦେଇଥିବା ସମସ୍ୟାର ଦୂରଗାମୀ ସମାଧାନ କରିବା ପରିବର୍ତ୍ତେ ନୀରବ ରହୁଛନ୍ତି। ନିୟୋଜିତ ସଫେଇ ଠିକାସଂସ୍ଥା କେତେଜଣ ଅଧିକାରୀ ଏବଂ ଜନପ୍ରତିନିଧିଙ୍କୁ ନିଜ ପକେଟରେ ରଖି ସିଂହଭାଗ ଅର୍ଥ ହରିଲୁଟ କରୁଥିବା ଅଭିଯୋଗ ହୋଇଆସୁଛି। କିନ୍ତୁ ଜିଲାପାଳ କିମ୍ବା କୌଣସି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପଦକ୍ଷେପ ଶୂନ ରହିଛି। ଏ ସଂକ୍ରାନ୍ତରେ ପୌରାଧ୍ୟକ୍ଷା ପିଙ୍ଗୁଆଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ କଲ ଗ୍ରହଣ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri