କେନ୍ଦୁଝର,୨୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ତହସିଲଦାର ସୁବାଷ ପାଲଟାଙ୍କ ବଦଳି ବାତିଲ ପାଇଁ ଦାବି ହୋଇଛି। ତାଙ୍କର ବଦଳି ବାତିଲ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଶୁକ୍ରବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେ କରୋନା ମହାମାରୀ ସମୟରେ ଲୋକଙ୍କ ହିତ ପାଇଁ କାମ କରୁଛନ୍ତି। ନିଜେ ପରିଶ୍ରମ କରି ବିଭିନ୍ନ ଗ୍ରାମକୁ ଯାଇ କଣ୍ଟେନମେଣ୍ଟ ନିରୀକ୍ଷଣ, ଶଟଡାଉନ ଓ ଲକ୍ଡାଉନ ପାଳନ ହେଉଛି ନାହିଁ ଦେଖୁଛନ୍ତି। ଏଣୁ ଏଭଳି ପରିସ୍ଥିତିରେ ତାଙ୍କ ବଦଳି ବାତିଲ୍ କରାଯାଉ ବୋଲି ଲୋକେ କହିଛନ୍ତି।